ନୂଆଦିଲ୍ଲୀ: କ୍ରିକେଟର ପୃଥ୍ୱୀ ଶ ତାଙ୍କ ପୂର୍ବତନ ବାନ୍ଧବୀ ତଥା ମଡେଲ ନିଧୀ ତପାଡିଆଙ୍କ ସହ ବିଶ୍ୱାସଘାତକତା କରୁଛନ୍ତି ବୋଲି ସୋସିଆଲ ମିଡିଆରେ ଖବର ପ୍ରକାଶ ପାଇଛି । ନିକଟରେ ପୃଥ୍ୱୀଙ୍କ ସହ ଏକ ନୂତନ ଯୁବତୀ ଦେଖିବାକୁ ମିଳିଛି । ସେମାନେ କାରରେ ଯାଉଥିବା ବେଳେ ଯୁବତୀଜଣଙ୍କ ନିଜ ମୁହଁ ଲୁଚାଉଥିଲେ ଏବଂ ପୃଥ୍ୱୀ ଫଟୋ ନ ଉଠାଇବାକୁ ଅନୁରୋଧ କରିଥିଲେ । ଯୁବତୀଜଣଙ୍କ କିଏ ତାହା ଏ ପର୍ଯ୍ୟନ୍ତ ଜଣାପଡି ନାହିଁ । ବିନୋଦ କାମ୍ବଲୀଙ୍କ ପରି ପୃଥ୍ୱୀ ତାଙ୍କ କ୍ରିକେଟ କ୍ୟାରିୟର ନେଇ ବେଶ ଯତ୍ନବାନ ନାହାନ୍ତି ବୋଲି ପୂର୍ବରୁ ଖବରମାନ ପ୍ରକାଶ ପାଇଛି ।
ପୃଥ୍ୱୀ ଜଣେ ଭଲ ବ୍ୟାଟ୍ସମ୍ୟାନ ହେବା ସତ୍ୱେ ନିଜ ଗୋଡରେ କୁରାଢ଼ୀ ମାରିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟକୁ ତାଙ୍କର ଫେରିବା ସମ୍ଭାବନା ପ୍ରାୟତଃ କ୍ଷୀଣ ମନେ କରାଯାଉଛି । ସେ ମଧ୍ୟ ଏହାକୁ ଗୁରୁତ୍ୱ ଦେଉ ନ ଥିବା ପରି ଅନୁମାନ ହେଉଛି । ନିଧୀ ମଧ୍ୟ ସୋସିଆଲ ମିଡିଆରେ ଏ ନେଇ ଏକ ଭାବପ୍ରବଣ ପୋଷ୍ଟ ମଧ୍ୟ କରିଛନ୍ତି ।
Comments are closed.