ମୁମ୍ବାଇ: ଅର୍ଜୁନ ତେନ୍ଦୁଲକର ୨୦୨୫ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ଥିଲେ ମଧ୍ୟ ଗୋଟିଏ ବି ମ୍ୟାଚ ଖେଳିବାକୁ ସୁଯୋଗ ପାଇ ନାହାନ୍ତି । ଇତି ମଧ୍ୟରେ ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅକୁ ନେଇ ଏକ ବଡ କଥା କହିଛନ୍ତି । ସେ କହିଛନ୍ତି ଅର୍ଜୁନ ଯଦି ଯୁବରାଜଙ୍କ ନିକଟରୁ ପ୍ରଶିକ୍ଷଣ ନେବେ ତାହାହେଲେ ଖୁବ କମ ଦିନରେ କ୍ରିସ ଗେଲଙ୍କ ପରି ବିସ୍ଫୋରକ ବ୍ୟାଟ୍ସମ୍ୟାନ ପାଲଟିଯିବେ । ଯୁଗରାଜ କହିଛନ୍ତି ମୁଁ ଅର୍ଜୁନଙ୍କୁ ବୋଲିଂ ବଦଳରେ ବ୍ୟାଟିଂ ଉପରେ ଅଧିକ ମନ ଦେବାକୁ କହିଛି । ଯୁବରାଜଙ୍କ ନିକଟରୁ ପ୍ରଶିକ୍ଷଣ ନେଇ ଶୁଭମନ ଗିଲ ଓ ଅଭିଷେକ ଶର୍ମା ଚଳିତ ଆଇପିଏଲରେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ ଜାରୀ ରଖିଛନ୍ତି ।
ଗତ ବର୍ଷ ଆଇପିଏଲରେ ଅର୍ଜୁନ କେତୋଟି ମ୍ୟାଚରେ ଖେଳିବା ପାଇଁ ସୁଯୋଗ ପାଇଥିଲେ ମଧ୍ୟ ସେ ଭଳି ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ । ୨୦୨୫ ମେଗା ନିଲାମରେ ଅର୍ଜୁନଙ୍କୁ ପ୍ରଥମେ କେହି କିଣି ନ ଥିଲେ । ପରେ ମୁମ୍ବାଇ ୩୦ ଲକ୍ଷରେ ତାଙ୍କୁ ନେଇଥିଲା । ଅର୍ଜୁନ ଘରୋଇ କ୍ରିକେଟରେ ଏବେ ଗୋଆ ପକ୍ଷରୁ ଖେଳିଛନ୍ତି । ବିଜୟ ହଜାରେ ଟ୍ରଫିରେ ସେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ୫ ୱିକେଟ ସଫଳତା ହାସଲ କରିଥିଲେ ।
Comments are closed.