Latest Odisha News

BREAKING NEWS

ଭାରତ- ପାକିସ୍ତାନ ଭିତରେ ମୁହାଁମୁହିଁ ସ୍ଥିତି, କୌଣସି ବି ସମୟରେ ଯୁଦ୍ଧ !

ନୂଆଦିଲ୍ଲୀ: କାଶ୍ମୀରର ପହଲଗାମରେ ସୀମାପାର ଆତଙ୍କବାଦୀଙ୍କ ସଂହାରଲୀଳା ପରେ ମୁହାଁମୁହିଁ ସ୍ଥିତିରେ ଭାରତ-ପାକିସ୍ତାନ। ପାକିସ୍ତାନକୁ ପାନେ ଦେବାକୁ ବଳ ଲଗାଇଛି ଭାରତ। ପହଲଗାମରେ ବର୍ବୋରଚିତ ଆକ୍ରମଣ ପରେ ବଡ ଆକ୍ସନ ପାଇଁ ପ୍ରସ୍ତୁତ ହେଉଛି ବ୍ଲୁପ୍ରିଣ୍ଟ। ପ୍ରଥମେ ନିଆଁ ପାଣି ବନ୍ଦ କରି ପାକିସ୍ତାନକୁ ପଙ୍ଗୁ କରିବ ଭାରତ। ଆଉ ଲୋକ ସଂପର୍କ ଛିନ୍ନ କରାଯିବ ପରେ ହୋଇପାରେ ସାମରିକ ଆକ୍ସନ। ଭାରତ ବଡ଼ ପଦକ୍ଷେପ ନେଇ ଆଜି ସମସ୍ତ ପାକିସ୍ତାନୀଙ୍କ ଭିସା ରଦ୍ଦ କରିଛି। ଆଉ ୭୨ ଘଣ୍ଟା ଭିତରେ ଭାରତ ଛାଡ଼ିବାକୁ ପାକିସ୍ତାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସିନ୍ଧୁ ଜଳ ଚୁକ୍ତି ଉପରେ ରୋକ୍‌ ଲଗାଇଛି ଭାରତ। ମାନେ ରକ୍ତ ଓ ପାଣି ଗୋଟିଏ ସମୟରେ ବୋହିବ ନାହିଁ ବୋଲି ଚେତାଇ ଦେଇଛି ନୂଆଦିଲ୍ଲୀ।

ଅଟାରୀ ବର୍ଡର ବନ୍ଦ ହୋଇଥିବା ବେଳେ ସେଠାରେ ରଦ୍ଦ ହୋଇଛି ସବୁ କାର୍ଯ୍ୟକ୍ରମ। ସେହିପରି ତିନି ସେନାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି ଭାରତ। ସେପଟେ ପାକିସ୍ତାନରେ ଥିବା ଭାରତୀୟ ଦୂତାବାସରୁ କମିବେ କର୍ମଚାରୀ। ୫୫ ବଦଳରେ ଏଣିକି ୩୦ ଜଣ କର୍ମଚାରୀ କାମ କରିବେ। ତେବେ ଭାରତର ଆକ୍ସନ ପରେ ଥରହର ହେଲାଣି ପାକିସ୍ତାନ। ତେଣୁ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ନିଜ ମନ୍ତ୍ରିମଣ୍ଡଳ ସହ ବୈଠକ କରି ସବୁ ଭାରତୀୟଙ୍କ ଭିସା ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବଂ ୪୮ ଘଣ୍ଟା ମଧ୍ୟରେ ପାକିସ୍ତାନ ଛାଡ଼ିବାକୁ କହିଛନ୍ତି।

ପାକିସ୍ତାନର ଆକାଶମାର୍ଗ ଭାରତ ପାଇଁ ବନ୍ଦ କରାଯାଇଛି। ଓ୍ବାଘା ସୀମା ବନ୍ଦ କରିଛି ପାକିସ୍ତାନ। ଭାରତ ସହ ସବୁ ପ୍ରକାର ବାଣିଜ୍ୟ କାରବାର ବନ୍ଦ ରହିବ। ପାକିସ୍ତାନ ସେନା ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଆଉ ସିନ୍ଧୁ ନଦୀର ପାଣି ରୋକିଲେ ବଡ଼ ପଦକ୍ଷେପ ନିଆଯିବ ବୋଲି ଧମକ ଦେଇଛି ପାକିସ୍ତାନ।

Comments are closed.