ଶ୍ରୀନଗର: ଜମ୍ମୁକାଶ୍ମୀର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ। ପହଲଗାମ୍ ଆତଙ୍କୀ ହାମଲାକୁ ନେଇ ସ୍ବତନ୍ତ୍ର ଅଧିବେଶନ। ବିଧାନସଭାରେ ପହଲଗାମ ଘଟଣାକୁ ଦୃଢ଼ ନିନ୍ଦା କରାଗଲା। ସ୍ବତନ୍ତ୍ର ଅଧିବେଶନରେ ଆକ୍ରମଣ ବିରୋଧରେ ପ୍ରସ୍ତାବ ଦିଆଗଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ କୂଟନୈତିକ ପଦକ୍ଷେପକୁ ସମର୍ଥନ ଏବଂ ସାମ୍ପ୍ରଦାୟିକ ସଦ୍ଭାବନା ବଜାୟ ରଖିବା ପାଇଁ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଥିଲା। ଏଥିରେ ସାରା ଭାରତର ନାଗରିକଙ୍କ ସୁରକ୍ଷା ପାଇଁ ନିବେଦନ କରାଯାଇଥିଲା।
ସୋମବାର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ୨୬ ଜଣଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଜମ୍ମୁ ଓ କାଶ୍ମୀର ବିଧାନସଭାର ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ସ୍ୱତନ୍ତ୍ର ଅଧିବେଶନରେ ବାଚସ୍ପତି ଅବଦୁଲ ରହିମ ରାଥର ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ନିରୀହ ପର୍ଯ୍ୟଟକଙ୍କ ହତ୍ୟାକୁ ନିନ୍ଦା କରିଥିଲେ। ଆମେ ପୀଡିତମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛୁ ଏବଂ ସେମାନଙ୍କ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ଆମର ସମବେଦନା ଜଣାଉଛୁ ବୋଲି ସେ କହିଥିଲେ।
ସେହିପରି ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ବର୍ବର ଏବଂ ଅମାନବୀୟ ଆକ୍ରମଣରେ ଗଭୀର ମର୍ମାହତ ଏବଂ ଦୁଃଖ ପ୍ରକାଶ କରି ସରକାରଙ୍କ ପକ୍ଷରୁ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ।
Comments are closed.