Latest Odisha News

BREAKING NEWS

ପାକିସ୍ତାନ ସମର୍ଥନରେ ବାହାରିଲା ଖଲିସ୍ତାନୀ ନେତା ପନ୍ନୁ

ନୂଆଦିଲ୍ଲୀ: ଖାଲିସ୍ତାନର ସମର୍ଥକ ଗୁରୁପତବନ୍ତ ସିଂ ପନ୍ନୁ ପୁଣି ଥରେ ଭାରତ ବିରୋଧରେ ବିଷ ଓଗାଳିଛି। ଶିଖ୍ସ ଫର ଜଷ୍ଟିସର ମୁଖ୍ୟ ପନ୍ନୁ ଖୋଲାଖୋଲି ଭାବରେ ପାକିସ୍ତାନକୁ ସମର୍ଥନ କରିବା ସହ ଭାରତୀୟ ସେନାକୁ ଧମକ ଦେବାକୁ ପଛାଇନାହିଁ।

ସେ କହିଥିଲା ଯେ ଭାରତୀୟ ସେନାକୁ ପଞ୍ଜାବ ଦେଇ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଅନୁମତି ଦିଆଯିବ ନାହିଁ। ପାକିସ୍ତାନକୁ “ସ୍ୱଚ୍ଛ” ବୋଲି ଦାବି କରି ସେ କହିଛି ଯେ ଶିଖ ସମ୍ପ୍ରଦାୟ ପାକିସ୍ତାନ ସହିତ ପଥର ଭଳି ଛିଡ଼ା ହେବ।ପହଲଗାମରେ ହିନ୍ଦୁମାନଙ୍କର ନରସଂହାର ଭାରତ ଦ୍ୱାରା ହିଁ କରାଯାଇଥିଲା ଯାହା ଦ୍ୱାରା ପାକିସ୍ତାନକୁ ଅନ୍ତର୍ଜାତୀୟ ମଞ୍ଚରେ ବଦନାମ କରାଯାଇପାରିବ।

ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ଆକ୍ରମଣରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା।

ଏପଟେ ପନ୍ନୁ ପାକିସ୍ତାନ ସରକାର ଏବଂ ଜନତାଙ୍କୁ ଖଲିସ୍ତାନକୁ ମାନ୍ୟତା ଦେବାକୁ ମଧ୍ୟ ଦାବି କରିଛି। ସେ କହିଛି ଯେ, “ଏହା ୧୯୬୫ କିମ୍ବା ୧୯୭୧ ନୁହେଁ, ଏହା ୨୦୨୫। ଆମେ ପାକିସ୍ତାନ ସହିତ ଇଟା ପରି ଠିଆ ହୋଇଛୁ। ଆମେ ଭାରତକୁ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଦେବୁ ନାହିଁ।

Comments are closed.