Latest Odisha News

BREAKING NEWS

୧୩ ଜିଲ୍ଲାକୁ ଝଡବର୍ଷା ନେଇ ସତର୍କତା ଜାରି 

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ସୋମବାର ରାତି ୭ ଟା ସୁଦ୍ଧା ୧୩ଟି ଜିଲ୍ଲାରେ ଝଡବର୍ଷା ନେଇ କମଳା ଏବଂ ହଳଦିଆ ସତର୍କତା ଜାରି କରିଛି।

ଝଡ଼ବର୍ଷା ସହିତ ପବନର ବେଗ ୪୦-୫୦ କିଲୋମିଟର ରହିବ। ତିନି ଘଣ୍ଟା ମଧ୍ୟରେ ରାୟଗଡା, ଗଞ୍ଜାମ, ଗଜପତି, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଝାରସୁଗୁଡ଼ା ଏବଂ ବରଗଡ଼ ଜିଲ୍ଲାର କିଛି ଅଂଶରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି।

ପ୍ରବଳ ପବନ ଯୋଗୁଁ ଅସୁରକ୍ଷିତ ନିର୍ମାଣ, କଦଳୀ ଗଛ ଏବଂ ଠିଆ ଫସଲର ସାମାନ୍ୟ କ୍ଷତି ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସେପଟେ ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବାକୁ ପରାମର୍ଶ ଦିଆଯାଇଛି।

ସେହିପରି ଏହି ସମୟ ମଧ୍ୟରେ ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, କୋରାପୁଟ ଏବଂ କେନ୍ଦ୍ରାପଡ଼ାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ଏହି ଜିଲ୍ଲାଗୁଡ଼ିକର ଲୋକମାନଙ୍କୁ ବଜ୍ରପାତରୁ ରକ୍ଷା ପାଇବା ପାଇଁ ସତର୍କ ରହିବା ସହ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି।

Comments are closed.