Latest Odisha News

BREAKING NEWS

ବାରଣାସୀରେ ହିନ୍ଦୁ ଲେଖା ଟାଟ୍ଟୁର ଟ୍ରେଣ୍ଡ

ବାରଣାସୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଧର୍ମ ପଚାରି ହତ୍ୟା କରିବାକୁ କୌଣସି ଧର୍ମର ଲୋକ ପସନ୍ଦ କରି ନାହାନ୍ତି । ଏବେ ବାରଣାସୀରେ ଟାଟ୍ଟୁର ନୂଆ ଟ୍ରେଣ୍ଡ ସୃଷ୍ଟି ହୋଇଛି । ନିଜ ହାତରେ ସ୍ଥାନୀୟ ଲୋକମାନେ ଖୋଦେଇ କରି ହିନ୍ଦୁ ଟାଟ୍ଟୁ କରୁଛନ୍ତି । ଲୋକଙ୍କ ଆଗ୍ରହ ଦେଖି ଟାଟ୍ଟୁ କରୁଥିବା ବ୍ୟବସାୟୀମାନେ ଲୋକଙ୍କୁ ୫୦ ପ୍ରତିଶତ ଛାଡ ଦେଉଛନ୍ତି । ଏବେ ଆମେ ୧୫୦୦ ବଦଳରେ ୭୫୦ ଟଙ୍କା ନେଉଛୁ ବୋଲି ଜଣେ ବ୍ୟବସାୟୀ କହିଛନ୍ତି ।

ଜଣେ ବ୍ୟକ୍ତିଙ୍କୁ ଟାଟ୍ଟୁ କରିବା ନେଇ ପଚରାଯିବାରୁ ସେ କହିଥିଲେ, ଆତଙ୍କବାଦୀମାନେ ଧର୍ମ ପଚାରି ମାରିଥିଲେ । ଏବେ ଆଉ ପଚାରିବାକୁ ପଡିବ ନାହିଁ । ହାତରେ ଆମେ ଆମ ଧର୍ମ ଲେଖିଦେଇଛୁ । ସରକାର ଏଥର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଜନସାଧାରଙ୍କ ବିଶ୍ୱସେ ଉଠିଯିବ । ସୂଚନାଯୋଗ୍ୟ, ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଲୋକଙ୍କ ପ୍ରାଣ ଯାଇଥିଲା । ଏହା ପରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏପରିକି ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଛି ।

Comments are closed.