Latest Odisha News

BREAKING NEWS

ଇଣ୍ଡିଆନ ଓପନ ରିଲେ: ମିକ୍ସଡ ରିଲେରେ ଓଡିଶାକୁ ରୌପ୍ୟ

ଭୁବନେଶ୍ୱର: ଚଣ୍ଡୀଗଡରେ ଚାଲିଥିବା ଇଣ୍ଡିଆନ ଓପନ ରିଲେ ପ୍ରତିଯୋଗିତାରେ ଓଡିଶାର ଆଥଲେଟମାନେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ମିକ୍ସଡ ରିଲେ ୪ ଗୁଣନ ୧୦୦ ମିଟରରେ ଓଡିଶାର ପ୍ରତିଯୋଗୀ ରୌପ୍ୟ ପଦକ ହାସଲ କରିଛନ୍ତି । ବୋନୀତା ଲାକ୍ରା, ମନୀଷା ମେରେଲ, ଅବିନାଶ ସାହୁ ଓ ଡିଏମ ଜୟରାମ ପ୍ରଭାବୀ ପ୍ରଦର୍ଶନ କରି ପ୍ରଥମ ଥର ଲାଗୁ କରାଯାଇଥିବା ଏହି ବିଭାଗରେ ଅଳ୍ପକେ ସ୍ୱର୍ଣ୍ଣ ପଦକ ସୁଯୋଗ ହାତଛଡା କରିଥିଲେ । ଓଡିଶାର ଏହି ୪ ଆଥଲେଟ ଓଡିଶା ରିଲାଏନ୍ସ ଫାଉଣ୍ଡେଶନ ଆଥଲେଟିକ୍ସ ଏଚପିସିରେ ପ୍ରଶିକ୍ଷଣ ନେଉଛନ୍ତି ।

ସେହିପରି ଅନୀମେଶ କୁଜୁର, ଗୁରିନ୍ଦରବୀର ସିଂ, ମଣିକାନ୍ତ ହୋବଲୀଧର ଓ ଅମ୍ଲାନ ବୋରଗୋହେନ ୪ ଗୁଣନ ୧୦୦ ମିଟର ରିଲେ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ସେମାନେ ୩୮.୬୯ ସେକେଣ୍ଡ ସମୟ ନେଇ ରେସ ସମ୍ପୂର୍ଣ୍ଣ କରିଥିଲେ । ନିକଟରେ କୋଚିରେ ଅନୁଷ୍ଠିତ ଫେଡେରେଶନ କପରେ ଅନୀମେଶ ୨୦୦ ମିଟରରେ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ । ସେ ଏଥିସହ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି ।

Comments are closed.