ନୂଆଦିଲ୍ଲୀ: ପହେଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂର୍ଷପୂର୍ଣ୍ଣ ସ୍ଥିତି ଜାରି ରହିଛି। ଆତଙ୍କବାଦୀଙ୍କୁ ନିଜ ଛତ୍ରଛାୟା ତଳେ ଲୁଚାଇ ରଖୁଥିବା ପାକିସ୍ତାନକୁ ପାନେ ଦେବା ପାଇଁ ଭାରତ ଜୋରଦାର ପ୍ରସ୍ତୁତି କରୁଛି। କହିବାକୁ ଗଲେ ଏକ ଆତଙ୍କବାଦ ବିରୋଧରେ ଭାରତ ଏକ ପ୍ରକାର ବଡ଼ ଯୁଦ୍ଧ କରିବାକୁ ଯାଉଛି। ଏହି ସମୟରେ ଭାରତ ଯୁଦ୍ଧଭ୍ୟାସକୁ ମଧ୍ୟ ଜୋରଦାର କରିଛି। ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ଭାରତ କେଉଁ ପଟେ ପାକିସ୍ତାନକୁ କରିବ ଆଟାକ? ଆଉ ଏହି ସମୟରେ ବିଭିନ୍ନ ଗଣମାଧ୍ୟମରେ ଚିକେନ ନେକ୍ କଥା ସାମ୍ନାକୁ ଆସୁଛି। କଣ ଏହି ଚିକେନ୍ ନେକ ? ଯେଉଁ ପଟେ ଭାରତ ପାକିସ୍ତାନକୁ ଆଟାକ୍ କରିବାକୁ ଯୋଜନା କରୁଛି। ଆସନ୍ତୁ ଚିକେନ ନେକକୁ ନେଇ କିଛି ରୋଚକ କଥା।
ପଶ୍ଚିମବଙ୍ଗର ଉତ୍ତରାଞ୍ଚଳରେ ହିମାଳୟର ପାଦଦେଶରେ ଅବସ୍ଥିତ ସିଲିଗୁଡ଼ି କରିଡର, ଯାହାକୁ କୁହାଯାଏ ‘ଚିକେନ୍ ନେକ୍’। ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ଦେଶର ଅନ୍ୟ ସ୍ଥାନ ସହ ସଂଯୋଗ କରୁଥିବା ଏକ ସଂକୀର୍ଣ୍ଣ ଭୂମି ଖଣ୍ଡ। ମାତ୍ର ୨୨ କିଲୋମିଟର ଚଉଡ଼ା ଏହି କରିଡର ଭାରତର ରଣନୈତିକ ଓ ଅର୍ଥନୈତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଆଠଟି ରାଜ୍ୟ—ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ ଓ ତ୍ରିପୁରାକୁ ମୁଖ୍ୟ ଭାରତୀୟ ଭୂଖଣ୍ଡ ସହ ଯୋଡ଼ି ରଖିଛି। କିନ୍ତୁ ଏହାର ସଂକୀର୍ଣ୍ଣ ଗଠନ ଏହାକୁ ଭାରତର ସବୁଠାରୁ ସମ୍ବେଦନଶୀଳ ଅଞ୍ଚଳ ମଧ୍ୟ କରିଛି।
ସିଲିଗୁଡ଼ି କରିଡର କେବଳ ଏକ ଭୌଗୋଳିକ ସେତୁ ନୁହେଁ, ଏହା ଭାରତର ଜାତୀୟ ସୁରକ୍ଷା ଓ ଅର୍ଥନୈତିକ ବିକାଶର ମେରୁଦଣ୍ଡ। ଏହାର ଅବସ୍ଥିତି ଏହାକୁ ଏକ ରଣନୈତିକ ଚାପ ବିନ୍ଦୁରେ ପରିଣତ କରିଛି, ଯେଉଁଠାରେ ଭାରତର ସୀମା ବାଂଲାଦେଶ, ନେପାଳ, ଭୁଟାନ ଓ ଚୀନର ତିବ୍ଦତ ଅଞ୍ଚଳ ସହ ସଂଲଗ୍ନ। ଏହି ଅଞ୍ଚଳରେ ଜାତୀୟ ରାଜପଥ ଓ ରେଳମାର୍ଗ ମାଧ୍ୟମରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ଦେଶର ଅନ୍ୟ ଅଂଶ ସହ ସଂଯୁକ୍ତ। ଏହା ଭାରତୀୟ ସେନାର ସାମରିକ ଯୋଗାଣ ଓ ମୁତୟନ ପାଇଁ ମଧ୍ୟ ଏକ ପ୍ରମୁଖ ମାର୍ଗ।
ଅନ୍ୟପକ୍ଷରେ, ଏହି କରିଡର ଅର୍ଥନୈତିକ ସମ୍ଭାବନାର ଏକ ଦ୍ୱାର। ଚୀନ୍ ଓ ଅନ୍ୟ ଦେଶମାନଙ୍କୁ ଉତ୍ତର-ପୂର୍ବ ଭାରତରେ ନିବେଶ ପାଇଁ ଆକର୍ଷିତ କରିବାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଉଦାହରଣ ସ୍ୱରୂପ, କଳାଦାନ ମଲ୍ଟି-ମୋଡାଲ ଟ୍ରାନ୍ସପୋର୍ଟ ପ୍ରୋଜେକ୍ଟ, ଯାହା କୋଲକାତା ବନ୍ଦରରୁ ମିଆଁମାରର ସିତ୍ୱେ ବନ୍ଦର ଓ କଳାଦାନ ନଦୀ ମାଧ୍ୟମରେ ମିଜୋରାମକୁ ସଂଯୋଗ କରୁଛି।
କାହିଁକି ଚିକେନ୍ ନେକ୍?
ଏହି କରିଡରର ସଂକୀର୍ଣ୍ଣ ଓ ପତଳା ଆକୃତି, ଯାହା କୁକୁଡ଼ାର ବେକ ପରି ଦେଖାଯାଏ, ସେଥିପାଇଁ ଏହାର ନାମକୁ ‘ଚିକେନ୍ ନେକ୍’ ରଖାଯାଇଛି। ଏହାର ସବୁଠାରୁ ସଂକୀର୍ଣ୍ଣ ବିନ୍ଦୁ ମାତ୍ର ୨୨ କିମି ଚଉଡ଼ା, ଯାହା ଏହାକୁ ରଣନୈତିକ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ କରିଛି। ଯଦି ଏହି ଅଞ୍ଚଳ ନିୟନ୍ତ୍ରଣ ବାହାରକୁ ଚାଲିଯାଏ, ତେବେ ଉତ୍ତର-ପୂର୍ବ ଭାରତ ମୁଖ୍ୟ ଭୂଖଣ୍ଡରୁ ବିଚ୍ଛିନ୍ନ ହୋଇଯାଇପାରେ।
ଆଞ୍ଚଳିକ ସଂଯୋଗ ଓ ଭୌଗୋଳିକ ରାଜନୀତି
ସିଲିଗୁଡ଼ି କରିଡର କେବଳ ଭାରତ ପାଇଁ ନୁହେଁ, ଆଞ୍ଚଳିକ ରାଜନୀତିରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ। ଏହା ନେପାଳ, ଭୁଟାନ ଓ ବାଂଲାଦେଶ ସହ ଭାରତର ବାଣିଜ୍ୟ ଓ ସାଂସ୍କୃତିକ ସଂଯୋଗର ଏକ ପ୍ରମୁଖ ମାର୍ଗ। ତିବ୍ଦତର ଚୁମ୍ବି ଉପତ୍ୟକା ଓ ଡୋକଲାମର ତ୍ରି-ସଂଯୋଗ ନିକଟତା ଏହାକୁ ଚୀନ ସହ ରଣନୈତିକ ତଣାବଜନକ ଅଞ୍ଚଳରେ ପରିଣତ କରିଛି। ୨୦୧୭ରେ ଡୋକଲାମ ସଂକଟ ଏହାର ଏକ ଉଦାହରଣ।
ଭାରତ ସରକାର ଏହି ଅଞ୍ଚଳରେ ଭିତ୍ତିଭୂମି ବିକାଶ ଓ ସୁରକ୍ଷା ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ପାଇଁ ବହୁ ପଦକ୍ଷେପ ନେଉଛନ୍ତି। ନୂଆ ରାଜପଥ, ରେଳମାର୍ଗ ଓ ବିମାନବନ୍ଦର ନିର୍ମାଣ ମାଧ୍ୟମରେ ଉତ୍ତର-ପୂର୍ବର ସଂଯୋଗକୁ ସୁଦୃଢ଼ କରାଯାଉଛି। ଏହା ସହିତ, ଆକ୍ଟ ଇଷ୍ଟ ପଲିସି ଅଧୀନରେ ଦକ୍ଷିଣ-ପୂର୍ବ ଏସିଆ ସହ ବାଣିଜ୍ୟ ବୃଦ୍ଧି ପାଇଁ ଏହି କରିଡରର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ହେବ।
Comments are closed.