ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ମେ ୨ରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଫଳାଫଳ ପାଇବା ନେଇ ଯେଉଁ ଖବର ସବୁ ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ରିପୋର୍ଟରେ ଭାଇରାଲ ହେଉଛି ସେ ସବୁ ମିଥ୍ୟା ବୋଲି ସ୍ପଷ୍ଟ କରିଛନ୍ତି ବରିଷ୍ଠ ସିବିଏସଇ ଅଧିକାରୀ ଦାବି କରିଛନ୍ତି।
ଫଳାଫଳ ବାହାରିବାର ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ବୋଲି ମଧ୍ୟ ସେ କହିଛନ୍ତି। ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ଏପରି ମିଥ୍ୟା ସୂଚନା ଉପରେ ଭରସା ନ କରି କେବଳ ସରକାରୀ CBSE ୱେବସାଇଟ୍ – cbse.gov.in, cbseresults.nic.in ଏବଂ results.cbse.nic.in ରେ ଥିବା ଅପଡେଟକୁ ଅପେକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।
ପୂର୍ବ ସୂଚନା ଅନୁଯାୟୀ ସିବିଏସଇ ବୋର୍ଡ ମଇ ୨୦୨୫ର ଦ୍ୱିତୀୟ ସପ୍ତାହରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ଘୋଷଣା କରିବା ନେଇ ଆକଳନ କରାଯାଉଛି।
ତେବେ ଗତ ବର୍ଷ ୨୦୨୪ ମସିହାରେ ମେ ୧୩ ତାରିଖରେ ରେଜଲ୍ଟ ପ୍ରକାଶିତ ହୋଇଥିଲା। ଚଳିତ ବର୍ଷ ସିବିଏସଇ ପରୀକ୍ଷାରେ ୪୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ସେଥିମଧ୍ୟରୁ ପ୍ରାୟ ୧୦ମ ଶ୍ରେଣୀର ୨୪.୧୨ ଲକ୍ଷ ଏବଂ ଦ୍ଵାଦଶ ଶ୍ରେଣୀର ୧୭.୮୮ ଲକ୍ଷ ଛାତ୍ରଛାତ୍ରୀ ଅଟନ୍ତି। ତେବେ ଉଭୟ ଶ୍ରେଣୀର ଫଳାଫଳ ଗୋଟିଏ ଦିନରେ ହିଁ ଘୋଷଣା ହେବା ନେଇ ଆଶା ରହିଛି।
Comments are closed.