ନୂଆଦିଲ୍ଲୀ: ଭାରତର ଷ୍ଟାର ବକ୍ସର ବିଜେନ୍ଦର ସିଂଙ୍କ କ୍ରିକେଟ ସମ୍ପର୍କୀତ ଏକ ବୟାନ ବିବାଦ ସୃଷ୍ଟି କରିଛି । ବିଜେନ୍ଦର ସୋସିଆଲ ମିଡିଆରେ କ୍ରିକେଟରେ ବୟସକୁ ନେଇ ହେରାଫେରି ଚାଲିଛି ବୋଲି ଲେଖିଥିଲେ । ଏହା ପରେ କ୍ରିକେଟପ୍ରେମୀମାନେ ପ୍ରତିକ୍ରିୟାଶୀଳ ହୋଇଥିଲେ । ବୈଭବ ସୂର୍ଯ୍ୟବଂଶୀଙ୍କୁ ଉଲ୍ଲେଖ କରି ବିଜେନ୍ଦର ଏହି ପୋଷ୍ଟ କରୁଥିବା ଅନୁମାନ କରାଯାଉଛି । ଆପଣଙ୍କ ପୋଷ୍ଟ କାହା ପାଇଁ ତାହା ସ୍ପଷ୍ଟ ଭାବେ ଉଲ୍ଲେଖ କରନ୍ତୁ ବୋଲି ଜଣେ ୟୁଜର୍ସ ଲେଖିଛନ୍ତି । ବକ୍ସିଂରେ ସବୁ କିଛି ଠିକ ରହୁଛି । ଆଉ ସବୁ ଖେଳରେ ଭୁଲଭାଲ ହେଉଛି ବୋଲି ଜଣେ ସମାଲୋଚନା କରି ଲେଖିଛନ୍ତି ।
ଆଇପିଏଲ ମେଗା ନିଲାମରେ ବୈଭବଙ୍କୁ ରାଜସ୍ଥାନ ରୟାଲ୍ସ ୧.୧ କୋଟି ଟଙ୍କାରେ ନେଇଥିଲା । ଏହା ପରେ ୧୪ ବର୍ଷର ଜଣେ ଖେଳାଳି ଭାବେ ସେ ବେଶ ଚର୍ଚ୍ଚିତ ହୋଇଥିଲେ । ତାଙ୍କ ବୟସକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା । ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚରେ ବୈଭବ ୩୫ ବଲରେ ଶତକ ହାସଲ କରିଥିଲେ । ତାଙ୍କ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରାଯାଉଛି । ବୈଭବଙ୍କ ପିତା ଏହି ଅଭିଯୋଗର ଉପଯୁକ୍ତ ଜବାବ ଦିଆଯିବ ବୋଲି କହିଛନ୍ତି ।
Comments are closed.