Latest Odisha News

BREAKING NEWS

ଏସ୍ଏମ୍ଏସ୍ ମାଧ୍ୟମରେ ପରୀକ୍ଷାର୍ଥୀ ଦେଖିପାରିବେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ। ଅପରାହ୍ମ ୪ଟାରେ ମାଧ୍ୟମିକ ବୋର୍ଡ ଅଫିସରେ ରେଜଲ୍ଟ ପ୍ରକାଶ ପାଇବ। ସନ୍ଧ୍ୟା ୬ଟା ପରେ ରେଜଲ୍ଟ ୱେବସାଇଟରେ ଉପଲବ୍ଧ ହେବ। ବୋର୍ଡର ଅଫିସିଆଲ ୱେବସାଇଟ୍ www.bseodisha.ac.inରେ ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜଲ୍ଟ ଦେଖିପାରିବେ।

ରୋଲ ନଂ ଓ ଜନ୍ମ ତାରିଖ ଦେଇ ରେଜଲ୍ଟ ଯାଞ୍ଚ କରିପାରିବେ। ଏହାଛଡା SMS ମାଧ୍ୟମରେ ମଧ୍ୟ ପରୀକ୍ଷାର୍ଥୀ ସେମାନଙ୍କ ଫଳ ଦେଖିପାରିବେ। ଏଥର ରେଜଲ୍ଟ ବାହାରିବା ଦିନ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ମିଳିବ ବୋଲି ପୂର୍ବରୁ ବୋର୍ଡ ସଭାପତି ସୂଚନା ଦେଇଥିଲେ।

ଚଳିତ ବର୍ଷ ରାଜ୍ୟର ୩ ହଜାରରୁ ଅଧିକ କେନ୍ଦ୍ରରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଗତ ଫେବୃଆରୀ ୨୧ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ତେବେ ଯେଉଁ ପରୀକ୍ଷାର୍ଥୀ ନିଜର ରେଜଲ୍ଟ ନେଇ ଅସନ୍ତୁଷ୍ଟ ହେବେ ସେମାନେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।

Comments are closed.