କୋରାପୁଟ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ସିଡିପିଓ ଏବଂ ଅଙ୍ଗନୱାଡି କର୍ମୀ। କୋରାପୁଟର ଦଶମନ୍ତପୁର ବ୍ଲକର ସିଡିପିଓ ସକୁନ୍ତଳା ଦାସ ଏବଂ ଅଧମୁଣ୍ଡା ଅଙ୍ଗନୱାଡି କେନ୍ଦ୍ରର ମିନତୀ ଖୋସଲାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ ଟିମ।
ସିଡିପିଓ ନବନିଯୁକ୍ତ ଅଙ୍ଗନୱାଡି ସହାୟକଙ୍କଠାରୁ ବକେୟା ଦରମା କରାଇଦେବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏନେଇ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଏକ ଅଙ୍ଗନୱାଡି କେନ୍ଦ୍ରରେ ଦେଢ଼ ମାସ ତଳେ କାର୍ଯ୍ୟରେ ଯୋଗ ଦେଇଥିବା ଅଙ୍ଗନୱାଡି ସହାୟକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ଏହାକୁ ଟାର୍ଗେଟ କରି ଭିଜିଲାନ୍ସର ଏକ ଟିମ ପୂର୍ବ ପ୍ରସ୍ତୁତି କରି ଏକ ଜାଲ ବିଛାଇ ଆଜି ସିଡିପିଓ ଏବଂ ଏଥିରେ ସାମଲି ଜଣେ ଅଙ୍ଗନୱାଡି କର୍ମୀଙ୍କୁ ରେଡ ହ୍ୟାଣ୍ଡ ଧରିଥିଲେ।
ତେବେ ସେମାନଙ୍କଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ସିଡିପିଓଙ୍କ ସହିତ ଜଡିତ ତିନୋଟି ସ୍ଥାନରେ ଏବଂ ଅଙ୍ଗନୱାଡି କର୍ମୀଙ୍କ ଗୋଟିଏ ସ୍ଥାନରେ ଏକକାଳୀନ ତଲାସ ଚାଲିଛି। ପିସି ସଂଶୋଧନ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି।
Comments are closed.