ହିମାଚଳପ୍ରଦେଶ: ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାରେ ବୋମା ଧମକ। ଏହି ଧମକ ଇମେଲ୍ ମାଧ୍ୟମରେ ମିଳିଛି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏହି ଧମକ ସମ୍ପର୍କରେ ପୋଲିସ ସମେତ ସମସ୍ତ ଅଧିକାରୀଙ୍କୁ ସତର୍କ କରାଇ ଦେଇଛନ୍ତି। ଏହି ସମୟରେ ରାଜ୍ୟରେ ଏହା ଚତୁର୍ଥ ବୋମା ଧମକ । ପୂର୍ବରୁ ମଣ୍ଡି, ହମିରପୁର ଏବଂ ଚମ୍ବା ଜିଲ୍ଲାଗୁଡ଼ିକୁ ସମାନ ଧମକ ମିଳିଥିଲା।
ହିମାଚଳ ପ୍ରଦେଶର ଡେପୁଟି କମିଶନର ଏବଂ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଅନୁଯାୟୀ, ୨୪ଘଣ୍ଟା ମଧ୍ୟରେ କୁଲ୍ଲୁ ଜିଲ୍ଲାରେ ସରକାରୀ ଅଧିକାରୀ ଏବଂ ସାର୍ବଜନୀନ ସ୍ଥାନ ସମେତ ବିଭିନ୍ନ ସ୍ଥାନକୁ ଟାର୍ଗେଟ କରି ବୋମା ବିସ୍ଫୋରଣ ଧମକ ଦିଆଯାଇଛି।
Himachal Pradesh | According to the Office of Deputy Commissioner & Chairman District Disaster Management Authority, Kullu, a bomb threat was received through email targeting different locations in District Kullu, including government officers and public places, within 24 hours.…
— ANI (@ANI) May 2, 2025
ଏହାକୁ ଗମ୍ଭୀରତାର ସହ ନେଇ ସୁରକ୍ଷା ଏଜେନ୍ସିଗୁଡ଼ିକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। କୁଲ୍ଲୁ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବୋମା ନିଷ୍କ୍ରିୟ ଟିମ୍ ଏବଂ ନିରୀକ୍ଷଣ ଦଳକୁ ସକ୍ରିୟ କରାଯାଇଛି।
ପୋଲିସ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ଏହି ଧମକର ସତ୍ୟତା ବିଷୟରେ ତଦନ୍ତ କରୁଛନ୍ତି। ସରକାର ଲୋକଙ୍କୁ ସତର୍କ ରହିବାକୁ ଏବଂ ଯେକୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ରିପୋର୍ଟ କରିବାକୁ ନିବେଦନ କରିଛନ୍ତି।
ପ୍ରଶାସନ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଉଛି।
Comments are closed.