ନୂଆଦିଲ୍ଲୀ: ଶୁକ୍ରବାର ଅଟାରୀ-ୱାଘା ସୀମା ଖୋଲିଛି ପାକିସ୍ତାନ । ଫଳରେ ଭାରତ ସରକାରଙ୍କ ଦ୍ୱାରା ସ୍ୱଳ୍ପକାଳୀନ ଭିସା ପ୍ରତ୍ୟାହାର ପରେ ଭାରତ ପଟେ ଫସି ରହିଥିବା ପାକିସ୍ତାନୀ ନାଗରିକ ନିଜ ଦେଶକୁ ଫେରିଛନ୍ତି । ଗୁରୁବାର ଅଟାରୀ-ୱାଘା ବନ୍ଦ କରିଦେଇଥିଲା ପାକିସ୍ତାନ, ଫଳରେ ୭୦ ପାକିସ୍ତାନୀ ନାଗରିକ ସୀମାରେ ଫଶି ରହିଥିଲେ । ସେମାନଙ୍କ ମଧ୍ୟରୁ ୨୧ ଜଣ ଆଜି ପାକିସ୍ତାନରେ ପ୍ରବେଶ କରିଛନ୍ତି ।
ସେହିପରି, ବୁଧବାର ଅଟାରି-ୱାଘା ସୀମା ଦେଇ ମୋଟ ୧୨୫ ଜଣ ପାକିସ୍ତାନୀ ନାଗରିକ ଭାରତ ଛାଡ଼ିଥିବା ବେଳେ ଗତ ୭ ଦିନ ମଧ୍ୟରେ ଦେଶ ଛାଡ଼ିଥିବା ପାକିସ୍ତାନୀଙ୍କ ସଂଖ୍ୟା ୯୧୧ରେ ପହଞ୍ଚି ଛି।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖାଯାଇଛି । ଯାହାକୁ ନେଇ ଭାରତ ସାର୍କ ଭିସା ଜରିଆରେ ଭାରତ ଆସିଥିବା ଲୋକଙ୍କୁ ଏପ୍ରିଲ ୨୬ ସୁଦ୍ଧା ଦେଶ ଛାଡିବାକୁ କୁହାଯାଇଥିବା ବେଳେ ମେଡିକାଲ ଭିସାରେ ଥିବା ଲୋକଙ୍କ ପାଇଁ ଏପ୍ରିଲ ୨୯ ତାରିଖ ଯାଏ ସମୟ ଦିଆଯାଇଥିଲା । ଅନ୍ୟ ୧୨ଟି ବର୍ଗର ଭିସା ପାଇଁ ଏପ୍ରିଲ ୨୭ ତାରିଖ ସମୟ ସୀମା ଥିଲା ।
Comments are closed.