Latest Odisha News

BREAKING NEWS

ପହଲଗାମ ଆଟାକ୍‌ ପରେ ଯୁଦ୍ଧ ପ୍ରସ୍ତୁତି, ମିସାଇଲ ରେଞ୍ଜରେ ଆସୁଛି ପୂରା ପାକିସ୍ତାନ

ନୂଆଦିଲ୍ଲୀ: ପାହଲଗାମ ଆଟାକ ପରେ ଭାରତର ଆକ୍ସନକୁ ନେଇ ଛାନିଆ ପାକିସ୍ତାନ । ତେବେ ପାକିସ୍ତାନ ମିସାଇଲ ଟେଷ୍ଟ କରି ଭାରତକୁ ଡରାଇବାକୁ ଚେଷ୍ଟା କରୁଛି ନା ନିଜ ଦୁର୍ବଳତାକୁ ସାମ୍ନାକୁ ଆଣୁଛି, ତାହା ମଧ୍ୟ ସାମ୍ନାକୁ ଆସୁଛି । କାରଣ ହେଲା ପାକିସ୍ତାନ ତୂଳନାରେ ଭାରତ ପାଖରେ ଯେଉଁ ମିସାଇଲ ରହିଛି, ତାହା କେବଳ ଅଧିକ ଦୂରକୁ ଟାର୍ଗେଟ କରିବ ନାହିଁ, ବରଂ ଶକ୍ତିଶାଳୀ ମଧ୍ୟ । ଆସନ୍ତୁ ନଜର ପକାଇବା ୨ ଦେଶର ମିସାଇଲ ଶକ୍ତି ଉପରେ । ପ୍ରଥମ ଭାରତର ଶକ୍ତି ଉପରେ ନଜର ପକାଇବା, ଭାରତ ପାଖରେ ରହିଛି, ଅଗ୍ନି-୫ ବାଲିଷ୍ଟିକ ମିସାଇଲ । ଏହାର କ୍ଷମତା ରହିଛି ୮ ହଜାର କିଲୋମିଟର । ଅଗ୍ନି-୫ର ରହିଛି ନ୍ୟୁକ୍ଲିଅର କ୍ଷମତା ।

ସେହିପରି ପୃଥ୍ବୀ-୨, ବ୍ରହ୍ମୋସ, ଧନୁଷ, ନାଗ, ଆକାଶ, ପ୍ରଳୟ ଭଳି ଅନେକ କ୍ଷେପଣାସ୍ତ୍ର ରହିଛି ଭାରତ ପାଖରେ । ବଡ଼ କଥା ହେଉଛି, ଏହିସବୁ କ୍ଷେପଣାସ୍ତ୍ରର ରେଞ୍ଜ ଭିତରେ ଆସୁଛି ପୁରା ପାକିସ୍ତାନ । ସେପଟେ ପାକିସ୍ତାନ ପାଖରେ ରହିଛି ଶାହୀନ-୩, ଘୋରୀ, ବାବର, ଅବଦାଲି ଭଳି ଅନେକ କ୍ଷେପଣାସ୍ତ୍ର । ସେଥିମଧ୍ୟରୁ ଶାହୀନ-୩ର ଲକ୍ଷ୍ୟଭେଦ କ୍ଷମତା ୨୭୫୦ରୁ ୩ ହଜାର ୫୦୦ ରହିଥିବା ଘୋରୀର ରହିଛି ୧୩୦୦ କିମି, ବାବରର ୭୦୦ କିମି. ଏବଂ ଅବଦୁଲା ୱିପନ ସିଷ୍ଟମର ଲକ୍ଷ୍ୟଭେଦ କ୍ଷମତା ରହିଛି ୪୫୦ କିଲୋମିଟର । ପ୍ରଥମତଃ ପାକିସ୍ତାନ ଏହି ମିସାଇଲ ଆକ୍ରମଣ କରିବାର ସାହସ କରିବନି, ଦ୍ବିତୀୟ ତାହାର ଅଧିକାଂଶ ମିସାଇଲ ଭାରତର କିଛି ଇଲାକାରେ ହୋଇପାରିବ ।

ଅନ୍ୟପଟେ ପହଲଗାମ ଆକ୍ରମଣର ମୁହଁତୋଡ଼ ଜବାବ ଦେଉଛି ଭାରତ । ପାକିସ୍ତାନକୁ ୨୪ ଘଣ୍ଟା ମଧ୍ୟରେ ଲାଗିଲା ୩ ବଡ଼ ଝଟ୍‌କା । ଏମିତି ଝଟ୍‌କା ଯାହାକି ପାକିସ୍ତାନ ଅର୍ଥନୀତିକୁ ଦୋହଲାଇ ଦେବ । ପାକିସ୍ତାନକୁ ମହଙ୍ଗା ପଡ଼ିବ ଆତଙ୍କବାଦକୁ ପ୍ରଶୟ ଦେବା । କାରଣ ହେଲା, ପହଲଗାମ ଆକ୍ରମଣ ପରେ ଆକ୍ସନ ମୁଡ୍‌ରେ ଭାରତ । ଲଗାତାର ଆକ୍ସନ ପରେ ଆକ୍ସନ ନେଇଚାଲିଛନ୍ତି ଭାରତ ସରକାର । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩ଟି ବଡ଼ ନିଷ୍ପତ୍ତି ନିଆଯାଇଛି । ଭାରତ ସରକାରଙ୍କ ଏହି ୩ ବଡ଼ ନିଷ୍ପତ୍ତି ପାକିସ୍ତାନକୁ ଦୋହଲାଇଦେବ, ଏଥିରେ ସନ୍ଦେହ ନାହିଁ । ଯେଉଁ ୩ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି, ସେଗୁଡ଼ିକ ମଧ୍ୟରେ ରହିଛି, ପାକିସ୍ତାନ ପତାକା ଲାଗିଥିବା କୌଣସି ଜାହାଜ ଭାରତ ସୀମାରେ ଆସିପାରିବନି । ପାକିସ୍ତାନ ସହ ସବୁ ପ୍ରକାର ଡାକ ଓ ପାର୍ସଲ ସେବା ବନ୍ଦ କରାଯାଇଛି । ସେହିପରି ପାକିସ୍ତାନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ ବନ୍ଦ କରାଯାଇଛି ।

Comments are closed.