ନୂଆଦିଲ୍ଲୀ: ପାକିସ୍ତାନ ପ୍ରଶୟ ଦେଉଛି, ଆଉ ଆତଙ୍କବାଦକୁ ଆଗକୁ ନେଉଛି ହାଫିଜ୍ ସଇଦ୍ । ମୁମ୍ବାଇ ଆକ୍ରମଣ ହେଉ କି ପୁଲଓ୍ବାମା, ଆଉ ଏବେ ପହଲଗାମ୍ । ବାରମ୍ବାର ସେହି ଗୋଟିଏ ମାଷ୍ଟରମାଇଣ୍ଡ ନାଁ ସାମ୍ନାକୁ ଆସୁଛି । ଯାହାକୁ ନେଇ କଡ଼ା ଆଭିମୁଖ୍ୟ ଆପଣାଇଛି ଭାରତ । ଚର୍ଚ୍ଚା ହେଉଛି, ଭାରତର ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ତାଲିକାରେ ଟପ୍ରେ ଥିବା ହାଫିଜ୍ ସଇଦକୁ ମିଳିପାରେ ଏମିତି ଜବାବ, ଯାହାକୁ ପାକିସ୍ତାନ ବି କେବେ କଳ୍ପନା କରିନଥିବ ।
କୁହାଯାଉଛି, ଏବେ ଭାରତ ଟାର୍ଗେଟରେ ରହିଛି ହାଫିଜ୍ ସଇଦ । ଖୁବଶୀଘ୍ର କିଛି ବଡ଼ ଅପଡେଟ୍ ସାମ୍ନାକୁ ଆସିପାରେ । ହାଫିଜ ସଇଦ୍କୁ ନେଇ ଏଭଳି ଚର୍ଚ୍ଚା ପଛର କାରଣ ହେଲା, ଆତଙ୍କକୁ ନେଇ ତାର କଳା ଚିଠା । ଭାରତରେ ବିଭିନ୍ନ ଆତଙ୍କବାଦୀ ଆକ୍ରମଣ ପଛରେ ସିଧାସଳଖ ହାତ । ମୁମ୍ବାଇ 26/11 ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ । ପୁଲୱାମା ଆକ୍ରମଣ ପଛରେ ବି ହାଫିଜ୍ର ହାତ । ପହଲଗାମ୍ ଆକ୍ରମଣରେ ବି ହାଫିଜ୍ ହିଁ ମୁଖ୍ୟ ଖଳନାୟକ ।
PoKରେ ଆକ୍ଟିଭ ହାଫିଜ୍ ସଇଦର ଆତଙ୍କୀ ସଙ୍ଗଠନ । ଲସ୍କର-ଏ-ତୋଇବା ମୁଖ୍ୟ ହାଫିଜ୍ ସଇଦ । ଜାମ୍ମୁ ଓ କାଶ୍ମୀରରେ ସକ୍ରିୟ ରହିଛି LETର ଶାଖା । ଶାଖାକୁ ନିୟନ୍ତ୍ରଣ କରୁଛି ହାଫିଜ୍ ଓ ତାର ସହଯୋଗୀ । ଏବେ ପାକିସ୍ତାନର ଲାହୋରରେ ରହୁଛି ହାଫିଜ୍ ସଇଦ୍ । ପାକିସ୍ତାନ ସେନା ହାଫିଜ୍ ଘରର ସୁରକ୍ଷା ବଢ଼ାଇ ଦେଇଛନ୍ତି । କିନ୍ତୁ ଆଗକୁ କିଛି ବି ଘଟିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।
Comments are closed.