Latest Odisha News

BREAKING NEWS

ପହଲଗାମ ଆକ୍ରମଣ ଆତଙ୍କୀଙ୍କୁ ସହଯୋଗ କରିଥିବା ଯୁବକ ମୃତ

ଶ୍ରୀନଗର: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ଦ୍ୱାରା ନିରନ୍ତର ତଦନ୍ତ ଜାରି ରହିଛି । ଏହି ସମୟ ମଧ୍ୟରେ ରବିବାର ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାର ଏକ ଗାଁରେ ଜଣେ ଯୁବକଙ୍କ ମୃତଦେହ ମିଳିଛି । ଯୁବକଙ୍କ ବିଷୟରେ କୁହାଯାଉଛି ଯେ, ସେ ଆତଙ୍କବାଦୀଙ୍କୁ ଖାଦ୍ୟ ପହଞ୍ଚାଇଥିଲା । କେବଳ ସେତିକି ନୁହେଁ, ସେ ଆତଙ୍କବାଦୀମାନଙ୍କୁ ଲୁଚିକି ରହିବା ପାଇଁ ଏକ ସ୍ଥାନ ମଧ୍ୟ ଯୋଗାଇ ଦେଇଥିଲା । ସେ ଓଭର ଗ୍ରାଉଣ୍ଡ ୱାର୍କର ଭାବେ କାର୍ଯ୍ୟ କରୁଥିଲା ।

ଅଧିକାରୀଙ୍କ କହିବା ଅନୁଯାୟୀ, କୁଲଗାମର ଏକ ଗାଁ ଟାଙ୍ଗିମାର୍ଗର କିଛି ଲୋକ ଗତକାଲି (ରବିବାର) ନଦୀରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତଦେହ ପାଇଥିଲେ । କୁହାଯାଉଛି ଯେ ପହଲଗାମ ଆକ୍ରମଣ ପରେ ପଚରାଉଚରା ପାଇଁ ସୁରକ୍ଷାବାହିନୀ ଦୁଇ ଦିନ ପୂର୍ବେ ମେ ୩ ତାରିଖରେ ଇମତିଆଜ ଅହମ୍ମଦ ମାଗ୍ରେ ନାମକ ବ୍ୟକ୍ତିଙ୍କୁ ଅଟକ ରଖିଥିଲେ । ଏହା ପରେ ସେ ଜଙ୍ଗଲ ଭିତରୁ ନଦୀକୁ ଡେଇଁ ପଳାଇଥିଲେ । ନଦୀରେ କରେଣ୍ଟ ପ୍ରବାହ ଅଧିକ ଥିବାରୁ ପାଣିରେ ବୁଡି ତାର ମୃତ୍ୟୁ ହୋଇଛି ।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ପଚରାଉଚରା ସମୟରେ ଇମତିଆଜ ଅହମଦ ତଙ୍ଗିମାର୍ଗ ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀମାନଙ୍କୁ ଖାଦ୍ୟ ଏବଂ ଅନ୍ୟ ସାମଗ୍ରୀ ଯୋଗାଇବା ସ୍ୱୀକାର କରିଥିଲା । ସେ ଆତଙ୍କବାଦୀମାନେ ଲୁଚି ରହିଥିବା ସ୍ଥାନକୁ ସୁରକ୍ଷା ବାହିନୀକୁ ନେବାକୁ ମଧ୍ୟ ରାଜି ହୋଇଥିଲା । ରବିବାର ସକାଳେ, ଯେତେବେଳେ ଇମତିଆଜ ପୋଲିସ ଏବଂ ସେନାର ଏକ ମିଳିତ ଟିମ୍ ସହିତ ଘଟଣାସ୍ଥଳକୁ ଯାଉଥିଲା, ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରି ବିଶ୍ୱା ନଦୀକୁ ଡେଇଁ ପଡ଼ିଥିଲା । ନଦୀର ପ୍ରବାହ ବହୁତ ଅଧିକ ଥିଲା, ତାଙ୍କୁ ବଞ୍ଚାଯାଇ ପାରିଲା ନାହିଁ ଏବଂ ସେ ବୁଡ଼ି ଯାଇଥିଲା । ତଥାପି, ଏହି ସମ୍ପୂର୍ଣ୍ଣ ଘଟଣାଟି କ୍ୟାମେରାରେ କଏଦ ହୋଇଥିଲା, ଯେଉଁଥିରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଇମତିଆଜ୍ ନିଜ ଇଚ୍ଛାରେ ନଦୀକୁ ଡେଇଁ ପଡ଼ିଥିଲା ।

ସେପଟେ, ଇମତିଆଜ ମାର୍ଗେର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁକୁ ନେଇ କଶ୍ମୀରରେ ଉତ୍ତେଜନା ପ୍ରକାଶ ପାଇଛି । ମୃତଦେହ ମିଳିବା ପରେ କୁଲଗାମର ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ଦୁଇ ଦିନ ପୂର୍ବରୁ ଆର୍ମି ତାଙ୍କୁ ଗିରଫ କରିଥିଲା ଏବେ ତାଙ୍କର ମୃତଶରୀର ମିଳିଛି ବୋଲି କହିଛନ୍ତି ମେହବୁବା ମୁଫତି । ତାଙ୍କର ଦୁର୍ଭାଗ୍ୟଜନକ ମୃତ୍ୟୁ ପାଇଁ ସୁରକ୍ଷା ବାହିନୀକୁ ଦାୟୀ କରିଛନ୍ତି କଶ୍ମୀର ବାସିନ୍ଦା ।ଘ

ଘଟଣାରେ, ପିଡିପି ମୁଖ୍ୟ ମେହବୁବା ମୁଫତି, ନ୍ୟାସନାଲ କନଫରେନ୍ସ ଲୋକସଭା ସଦସ୍ୟ ଆଗା ରୁହୁଲ୍ଲାହ ମେହଦି ଏବଂ ଜମ୍ମୁ ଓ କଶ୍ମୀର ମନ୍ତ୍ରୀ ସକିନା ଇଟଟୁ କହିଛନ୍ତି ଯେ, ଇମତିଆଜ ଅହମ୍ମଦଙ୍କର ମୃତ୍ୟୁରେ ଠକେଇର ଗମ୍ଭୀର ଅଭିଯୋଗ ରହିଛି । ରବିବାର ସକାଳେ କୁଲଗାମର ଅହରବଲ ଅଞ୍ଚଳର ଅଦବଲ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଅଧିକାରୀମାନେ କହିଛନ୍ତି ଯେ, ପୋଲିସ ଘଟଣାର ସମ୍ପର୍କରେ ଅବଗତ ହେବା ସହ ମୃତ୍ୟୁର ସଠିକ୍ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ।

ଇମତିଆଜଙ୍କ ମୃତଦେହ ଉଦ୍ଧାର ହେବାର କିଛି ଘଣ୍ଟା ପରେ ସାମ୍ନାକୁ ଆସିଥିବା ଡ୍ରୋନ୍ ଫୁଟେଜରେ ଜଣେ ଯୁବକ ଅଦବଲ ନଦୀରେ ଡେଇଁ ଭାସି ଯାଉଥିବାର ଦେଖାଯାଇଥିଲା । ପୋଲିସ ଦାବି କରିଛି ଯେ ଇମତିଆଜ, ଯିଏ ଆତଙ୍କବାଦୀଙ୍କ ପାଇଁ ଜଣେ ଓଭରଗ୍ରାଉଣ୍ଡ ଓ୍ବାର୍କର (OGW) ବୋଲି ସେ ନିଜେ ସ୍ୱୀକାର କରିଥିଲୋ । ସୁରକ୍ଷା ବାହିନୀ ତାଙ୍କୁ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଆଡ୍ଡାକୁ ନେଇଯାଉଥିବା ସମୟରେ ସେ ଖସିଯିବାକୁ ଚେଷ୍ଟା କରିଥିଲେ ।

ଇମତିଆଜଙ୍କ ମୃତଦେହ ଉଦ୍ଧାର ହେବାର କିଛି ଘଣ୍ଟା ପରେ ସାମ୍ନାକୁ ଆସିଥିବା ଡ୍ରୋନ୍ ଫୁଟେଜରେ ଜଣେ ଯୁବକ ଅଦବଲ ନଦୀରେ ଡେଇଁ ଭାସି ଯାଉଥିବାର ଦେଖାଯାଇଥିଲା । ପୋଲିସ ଦାବି କରିଛି ଯେ ଇମତିଆଜ, ଯିଏ ଆତଙ୍କବାଦୀଙ୍କ ପାଇଁ ଜଣେ ଓଭରଗ୍ରାଉଣ୍ଡ ଓ୍ବାର୍କର (OGW) ବୋଲି ସେ ନିଜେ ସ୍ୱୀକାର କରିଥିଲୋ । ସୁରକ୍ଷା ବାହିନୀ ତାଙ୍କୁ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଆଡ୍ଡାକୁ ନେଇଯାଉଥିବା ସମୟରେ ସେ ଖସିଯିବାକୁ ଚେଷ୍ଟା କରିଥିଲେ ।

ମନ୍ତ୍ରୀ ସକିନା ଇଟ୍ଟୁ ଘଟଣାର ନ୍ୟାୟିକ ତଦନ୍ତ ଦାବି କରି କହିଛନ୍ତି ଯେ, ପୋଲିସ ରେକର୍ଡରେ ମୃତକଙ୍କ ବିରୋଧରେ କିଛି ତଥ୍ୟ ନାହିଁ । ସେ କହିଥିଲେ, “ଏହାର ଏକ ନ୍ୟାୟିକ ତଦନ୍ତ ହେବା ଉଚିତ ଯାହା ଦ୍ୱାରା ସତ୍ୟ ବାହାରକୁ ଆସିବ।” ସେ କହିଛନ୍ତି, “ପହଲଗାମ ଆକ୍ରମଣ ଅତ୍ୟନ୍ତ ଦୁଃଖଦ ଏବଂ ଦୁର୍ଭାଗ୍ୟଜନକ ଥିଲା । ଆମେ ସମସ୍ତେ ଏଥିରେ ବହୁତ ଦୁଃଖିତ । ତଥାପି, ଏଠାରେ ଏବେ ବି ଭୟର ବାତାବରଣ ରହିଛି । ମୁଁ ଲେଫ୍ଟନାଣ୍ଟ ଗଭର୍ଣ୍ଣର (ମନୋଜ ସିହ୍ନା)ଙ୍କୁ ଅନୁରୋଧ କରୁଛି ଯେ ସେ ଗୃହ ବିଭାଗକୁ ନିରୀହ ଲୋକଙ୍କୁ ହଇରାଣ ଏବଂ କ୍ଷତି ନ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ।”

ସେହିପରି ନ୍ୟାସନାଲ କନଫରେନ୍ସ ସାଂସଦ ମେହେଦି ମଧ୍ୟ କହିଛନ୍ତି ଯେ ଇମତିଆଜଙ୍କ ମୃତଦେହ ଉଦ୍ଧାର ହେବା ପରେ ସେ ବହୁତ ଚିନ୍ତିତ । ବିଶ୍ୱସ୍ତ ରିପୋର୍ଟ ଅନୁସାରେ, କିଛି ଦିନ ପୂର୍ବରୁ ତାଙ୍କୁ ସୁରକ୍ଷା ବାହିନୀ ଉଠାଇ ନେଇଥିଲା ଏବଂ ଆଜି ମୃତ ଅବସ୍ଥାରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ମେହେଦି କହିଛନ୍ତି, ନିଜ ମନଇଚ୍ଛା କାହାକୁ ବି ଅଟକ ରଖିବା, ହାଜତରେ ମୃତ୍ୟୁ ହେବା ଏବଂ ନିର୍ଯାତନା ପ୍ରତ୍ୟେକ ଗଣତାନ୍ତ୍ରିକ ଏବଂ ଆଇନଗତ ନୀତିର ସମ୍ପୂର୍ଣ୍ଣ ଉଲ୍ଲଂଘନ ଅଟେ । ଇମତିଆଜଙ୍କ ମୃତ୍ୟୁର ଏକ ଶୀଘ୍ର ଏବଂ ସ୍ୱତନ୍ତ୍ର ତଦନ୍ତ ହେବା ଉଚିତ୍ ।

ସେହିପରି, ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ତାଙ୍କ ପୋଷ୍ଟରେ ମେହବୁବା ମୁଫତି କହିଛନ୍ତି, କୁଲଗାମର ଏକ ନଦୀରୁ ଆଉ ଏକ ମୃତଦେହ ଉଦ୍ଧାର କରାଯାଇଛି, ଯୋହା କିଛି ସନ୍ଦେହଜକ ଅଭିଯୋଗ ଆସିଛି । ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ, ଇମତିଆଜଙ୍କୁ ଦୁଇ ଦିନ ପୂର୍ବରୁ ସେନା ଉଠାଇ ନେଇଥିଲା ଏବଂ ଏବେ ତାଙ୍କ ମୃତଦେହ ସନ୍ଦେହଜନକ ପରିସ୍ଥିତିରେ ନଦୀରୁ ମିଳିଛି।”

ମୃତ୍ୟୁର ନିରପେକ୍ଷ ତଦନ୍ତ ପାଇଁ ଆହ୍ୱାନ ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫତି କହିଛନ୍ତି, “ଦୁର୍ବ୍ୟବହାର ଅଭିଯୋଗ – ତାହା ବାନ୍ଦିପୋରା ଏନକାଉଣ୍ଟର ହେଉ କିମ୍ବା କୁଲଗାମର ଏହି ସଦ୍ୟତମ ଘଟଣା – ଅତ୍ୟନ୍ତ ବିଚଳିତକାରୀ ଏବଂ ଆମେ ଏହାର ଏକ ସମ୍ପୂର୍ଣ୍ଣ, ନିରପେକ୍ଷ ତଦନ୍ତ ଦାବି କରୁଛୁ।”

Comments are closed.