Latest Odisha News

BREAKING NEWS

ଏପ୍ରିଲ୍ ୨୭ରେ ହୋଇଥିବା ପରୀକ୍ଷା ବାତିଲ; ନୂଆ ତାରିଖ ଘୋଷଣା କଲା ଓଏସଏସସି 

ଭୁବନେଶ୍ୱର: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଏପ୍ରିଲ ୨୭ ତାରିଖରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପଦବୀ ପାଇଁ କମ୍ବାଇଣ୍ଡ ନିଯୁକ୍ତି ପରୀକ୍ଷା (ଲିଖିତ) ବାତିଲ କରିଛି।

ପ୍ରଶ୍ନପତ୍ରରେ ଏକ ବଡ଼ ତ୍ରୁଟି ଚିହ୍ନଟ ହେବା ପରେ ଓଏସଏସସି ଦ୍ୱାରା ପରୀକ୍ଷା ବାତିଲ କରାଯାଇଥିଲା। ସୂଚନା ଅନୁଯାୟୀ, ଇଂରାଜୀ, ଓଡ଼ିଆ ସାହିତ୍ୟ ଏବଂ ସାଧାରଣ ଜ୍ଞାନରେ ସିଲାବସ ବାହାରୁ ପ୍ରଶ୍ନପତ୍ର ଆସିଥିବା ଅଭିଯୋଗ ହୋଇଥିଲା।

ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଓଏସଏସସି ନିଶ୍ଚିତ କରିଛି ଯେ ପରୀକ୍ଷା ସମ୍ପର୍କରେ ଅନେକ ପ୍ରାର୍ଥୀଙ୍କଠାରୁ ମୂଲ୍ୟବାନ ମତାମତ ଏବଂ ପରାମର୍ଶ ପାଇଛି। ଏହି ଇନପୁଟ୍‌ଗୁଡ଼ିକର ପୁଙ୍ଖାନୁପୁଙ୍ଖ ସମୀକ୍ଷା ପରେ କମିଶନ ଏପ୍ରିଲ ୨୭ ତାରିଖରେ ଅନୁଷ୍ଠିତ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଛି।

ତେବେ ଓଏସଏସସି ପୂର୍ବରୁ ତ୍ରୁଟି ପାଇଁ ଦୁଃଖ ପ୍ରକାଶ କରିଥିଲା ଏବଂ ପ୍ରାର୍ଥୀମାନଙ୍କୁ ଆଶ୍ୱାସନା ଦେଇଥିଲା ଯେ ଏ ସମ୍ପର୍କରେ ଉପଯୁକ୍ତ ପଦକ୍ଷେପ ନିଆଯିବ। ଅପରପକ୍ଷେ ଜୁଲାଇ ୭ରେ ମିଳିତ ନିଯୁକ୍ତି ପରୀକ୍ଷା ପାଇଁ ସାନି ଲିଖିତ ପରୀକ୍ଷା କରାଯିବା ନେଇ ବିଜ୍ଞପ୍ତିରେ କୁହାଯାଇଛି।

 

Comments are closed.