ମାଲକାନଗିରି: ମାଲଗାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାରେ ମାଓବାଦୀଙ୍କ ବର୍ବର କାଣ୍ଡ । ନାୟବ ସରପଞ୍ଚଙ୍କୁ ନିର୍ମମ ହତ୍ୟା କରିଛନ୍ତି ମାଓବାଦୀ । ପୋଲିସ୍ ଇନ୍ଫର୍ମର ସନ୍ଦେହରେ ନାୟବ ସରପଞ୍ଚଙ୍କ ଗଳାକାଟି ହତ୍ୟା କରିଛନ୍ତି ।
ମୃତ ନାୟବ ସରପଞ୍ଚ ଜଣକ ହେଲେ ତାରଲାବେଡ଼ା ପଞ୍ଚାୟତର ମୁଚାକି ରାମା । ହତ୍ୟା ପରେ ଉକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନ୍ କୁ ଜୋରଦାର କରାଯାଇଛି ।
ନକ୍ସଲଙ୍କୁ ସମ୍ପୂର୍ଣ୍ଣ ସଫା କରିବା ପାଇଁ ସୀମାନ୍ତ ଛତିଶଗଡରେ ଅପରେସନକୁ ଜୋରଦାର କରାଯାଇଛି । ଏହି ଅପରେସନକୁ ମୁଖ୍ୟମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଏବଂ ପୋଲିସର ଉଚ୍ଚ ପଦାଧିକାରୀ ନଜର ରଖିଆସୁଛନ୍ତି । ଏହି କ୍ରମରେ ପୁଣି ସୀମାନ୍ତ ଛତିଶଗଡରେ ମାଓବାଦୀ ମାନେ ତାଙ୍କ ଘୃଣ୍ୟ କାର୍ଯ୍ୟକଳାପ ଆରମ୍ଭ କରିଦେଇଛନ୍ତି ।
ଗତକାଲି (ସୋମବାର) ସକାଳେ କାରେଗୁଟ୍ଟା ଜଙ୍ଗଲରେ ଦୁଇ ଏସଟିଏଫ ଯବାନ ପ୍ରେସର ବୋମାର ଶିକାର ହୋଇଥିଲେ। ତୁରନ୍ତ ଜଙ୍ଗଲ ଉପରେ ବୁଲୁଥିବା ହେଲିକପ୍ଟର ସାହାଯ୍ୟରେ ଦୁଇ ଯବାନଙ୍କୁ ବିଜାପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।
Comments are closed.