କଟକ: ସିଲଭରସିଟିରୁ ଅଧ କେଜିରୁ ଅଧିକ ହିରୋଇନ୍ ଜବତ କରିଛି ଅବକାରୀ ଫ୍ଲାଇଙ୍ଗ ସ୍ଵାଡ । ଜବତ ନିଶା ଦ୍ରବ୍ୟର ଆନୁମାନିକ ମୂଲ୍ୟ ୫୧ ଲକ୍ଷ ୫୦ ହଜାର ଟଙ୍କା । ଏନେଇ ଅବକାରୀ ବିଭାଗ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ ।
ସୂଚନାଥାଉକି, ଗିରଫମାନେ ହେଲେ ଢେଙ୍କାନାଳ ଜିଲ୍ଲାର ସିପୁନ ନାୟକ ଏବଂ ଅନୁଗୁଳ ଜିଲ୍ଲାର ଦିବେସ ନାୟକ । ଜଣେ ଅଭିଯୁକ୍ତ ଠାରୁ ୨୨୩ ଗ୍ରାମ ଏବଂ ଅନ୍ୟ ଜଣଙ୍କ ଠାରୁ ୨୯୨ ଗ୍ରାମ ହିରୋଇନ୍ ଜବତ କରାଯାଇଛି । ବାଲେଶ୍ଵରରୁ ନିଶା ଦ୍ରବ୍ୟ ଆଣି ଅନୁଗୁଳ ଚାଲାଣ କରୁଥିବା ବେଳେ ଧରାପଡିଥିବା ଜଣାପଡିଛି ।
ଆଜି ଅପରାହ୍ନରେ ମଙ୍ଗୁଳି ଅଞ୍ଚଳରେ ପେଟ୍ରଲିଂ ବେଳେ ଅବକାରୀ ବିଭାଗ ସେମାନଙ୍କୁ ଧରିଥିଲା।
ସେହିପରି ଆଜି ରାଜଧାନୀରୁ ୨୬ ଲକ୍ଷ ଟଙ୍କାର ଧଳାଜହର ଜବତ ହୋଇଛି । ଖୋର୍ଦ୍ଧାରୁ ଭୁବନେଶ୍ୱର ଆସୁଥିବାବେଳେ ଲବଣ ଗିରି ପାଞ୍ଚ ଗାଁ ଛକରେ ମାଡ଼ି ବସିଲା ଏସଟିଏଫ୍ ଟିମ୍ ।
Comments are closed.