ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ପାକ ମିଶାଇଲ୍ ଆଟାକ୍ କରିଛି। ପାକିସ୍ତାନ ଦ୍ୱାରା କରାଯାଇଥିବା କ୍ଷେପଣାସ୍ତ୍ର ଆକ୍ରମଣକୁ ପଣ୍ଡ କରିଛି ଭାରତୀୟ ସେନା।
ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସତୱାରୀ, ସାମ୍ବା, ଆରଏସ ପୁରା ଏବଂ ଆର୍ନିଆ ଉପରେ ମୋଟ ଆଠଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଯାହାକୁ ଭାରତୀୟ ବାୟୁ ପ୍ରତିରକ୍ଷା ୟୁନିଟ୍ ଦ୍ୱାରା ମଝି ଆକାଶରେ ସଫଳତାର ସହ ନଷ୍ଟ କରାଯାଇଥିଲା। ଫେବେ ପାକିସ୍ତାନ ପକ୍ଷରୁ ଜମ୍ମୁ ଉପରେ ହମାସ ଷ୍ଟାଇଲରେ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଥିଲା।
ପ୍ରତିରକ୍ଷା ବିଭାଗ ଅନୁଯାୟୀ, ଏହି କ୍ଷେପଣାସ୍ତ୍ର ଆକ୍ରମଣ ହମାସ ଦ୍ୱାରା ଇସ୍ରାଏଲ ଉପରେ ନିକ୍ଷେପ କରାଯାଇଥିବା ଶସ୍ତା ରକେଟ ସହିତ ସମାନ। ପାକିସ୍ତାନୀ ସେନା ଏକ ଆତଙ୍କବାଦୀ ସଂଗଠନ ପରି ବ୍ୟବହାର କରୁଛି।
ତେବେ ଜମ୍ମୁ ଏବଂ କାଶ୍ମୀରର ଉଧମପୁରରେ ଭାରତୀୟ ବାୟୁ ପ୍ରତିରକ୍ଷା ବାହିନୀ ଏକ ପାକିସ୍ତାନୀ ଡ୍ରୋନକୁ ଅଟକାଇଥିଲା ଯାହା ପରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା। ସେହିପରି ଜୈସଲମେରରେ ମଧ୍ୟ ଏକ ଡ୍ରୋନକୁ ଅଟକାଯାଇଥିଲା। ଯାହା ପରେ ରାଜସ୍ଥାନର ବିକାନେର ଏବଂ ପଞ୍ଜାବର ଜଳନ୍ଧରରେ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ଜାରି କରାଯାଇଛି। କିସ୍ତୱାର, ଅଖନୁର, ସାମ୍ବା, ଜମ୍ମୁ, ଅମୃତସର ଏବଂ ଜଳନ୍ଧରରେ ମଧ୍ୟ ବ୍ଲାକଆଉଟ୍ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗତ ମାସରେ ପାକିସ୍ତାନ ଅଧିକୃତ ଜମ୍ମୁ ଓ କାଶ୍ମୀରରେ ISI ଏବଂ ହମାସ ମଧ୍ୟରେ ଏକ ବୈଠକ ମଧ୍ୟ ହୋଇଥିଲା।
Comments are closed.