Latest Odisha News

BREAKING NEWS

ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ ଖାଲି ହେଲା ଇଣ୍ଡିଆ ଗେଟ୍, ତାଜମହଲ ସୁରକ୍ଷାରେ ବୃଦ୍ଧି

ନୂଆଦିଲ୍ଲୀ: ଭାରତର ଓ ପାକିସ୍ତାନ ମଧ୍ୟରେ ଜାରି ରହିଛି ଆକ୍ରମଣ । ଏହି ସମୟ ଭିତରେ ଜନଗହଳିପୂର୍ଣ୍ଣ ଅଞ୍ଚଳଗୁଡ଼ିକୁ ଖାଲି କରାଯାଉଛି । ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ ପୋଲିସ ଇଣ୍ଡିଆ ଗେଟ୍ ଏବଂ ଆଖପାଖ ଅଞ୍ଚଳଗୁଡ଼ିକୁ ଖାଲି କରିଦେଇଛି ଏବଂ ସେଠାରେ ଅତିରିକ୍ତ ସତର୍କତା ଅବଲମ୍ବନ କରାଯାଉଛି । ଲୋକମାନଙ୍କୁ ନିଜ ଘରକୁ ଯିବାକୁ ନିବେଦନ କରାଯାଇଛି । ପୋଲିସ ମାଇକ ମାଧ୍ୟମରେ ଘୋଷଣା କରୁଛି ଏବଂ ଲୋକଙ୍କୁ ସେଠାରୁ ଚାଲିଯିବାକୁ କହୁଛି ।

ଭାରତ-ପାକିସ୍ତାନ ଉତ୍ତେଜନାକୁ ନେଇ ଗୁଇନ୍ଦା ସଂସ୍ଥାଗୁଡ଼ିକ ସଜାଗ ଅଛନ୍ତି । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ମଲ୍, ବଜାର, ମେଟ୍ରୋ ଷ୍ଟେସନ, ହୋଟେଲ, ଆବାସିକ କଲୋନୀ, ବିମାନବନ୍ଦର ଏବଂ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନରେ ସତର୍କତା ବୃଦ୍ଧି କରାଯାଇଛି । ସହରରେ, ବିଶେଷକରି ସୀମାନ୍ତ ଅଞ୍ଚଳରେ ପୋଲିସ ଯାଞ୍ଚ ବୃଦ୍ଧି କରାଯାଇଛି ଏବଂ ଦିଲ୍ଲୀ ପ୍ରବେଶ କରୁଥିବା ସମସ୍ତ ଯାନବାହାନକୁ ଯାଞ୍ଚ କରାଯାଉଛି ।

ସେପଟେ, ତାଜମହଲର ସୁରକ୍ଷା ବୃଦ୍ଧି କରାଯାଇଛି । ଆଗ୍ରା ପୋଲିସ କମିଶନରେଟ୍ ତାଜମହଲର ୟେଲୋ ଜୋନରେ ହାଇ ଆଲର୍ଟ ଜାରି କରିଛି । ପ୍ରତ୍ୟେକ ପଦକ୍ଷେପରେ ନଜର ରଖାଯାଉଛି, ଦିଲ୍ଲର ହୋଟେଲ ଗୁଡିକୁ ଯାଞ୍ଚ କରିବା ସହ ପର୍ଯ୍ୟଟକଙ୍କ ବିଷୟରେ ସୂଚନା LIU କୁ ପଠାଯାଉଛି । ୯ଟି ଚେକିଂ ଓ୍ବାରିୟର, ୬ଟି ୱାଚ୍ ଟାୱାର ଏବଂ ଦୁଇଟି QRT ନିୟୋଜିତ କରାଯାଇଛି ।

ସୂଚନାଯୋଗ୍ୟ, ଗୁରୁବାର ଦିନ ଜାତୀୟ ରାଜଧାନୀରେ ସୁରକ୍ଷା ବୃଦ୍ଧି କରାଯାଇଥିଲା ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକରେ ଅର୍ଦ୍ଧସାମରିକ ବାହିନୀ କର୍ମଚାରୀଙ୍କ ସମେତ ଅତିରିକ୍ତ ବାହିନୀ ମୁତୟନ କରାଯାଇଥିଲା । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଶସ୍ତ୍ର ସଂଘର୍ଷ ମଧ୍ୟରେ ସୁରକ୍ଷା ବ୍ୟବସ୍ଥାରେ ଏହି ବୃଦ୍ଧି କରାଯାଇଛି ।

 

Comments are closed.