ନୂଆଦିଲ୍ଲୀ : ଭାରତ ପାକିସ୍ତାନକୁ ଅନ୍ତର୍ଜାତୀୟ ମୁଦ୍ରା କୋଷ (IMF) ପକ୍ଷରୁ ପ୍ରଦାନ କରାଯାଉଥିବା ଋଣ ବିରୋଧରେ ମତଦାନରୁ ନିଜକୁ ଦୂରେଇ ରଖିଛି। ଏହାକୁ ନେଇ କଂଗ୍ରେସ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି ଯେ, ଗତ ୨୯ ଏପ୍ରିଲରେ କଂଗ୍ରେସ ଦାବି କରିଥିଲା ଯେ ପାକିସ୍ତାନକୁ ଦିଆଯାଉଥିବା IMF ଋଣର ବିରୋଧ କରି ମତଦାନ କରୁ ଭାରତ । କିନ୍ତୁ ୯ ମେ’ରେ IMFର ଏକ୍ସକ୍ୟୁଟିଭ ବୋର୍ଡ ବୈଠକରେ ଭାରତ ମତଦାନରୁ ନିଜକୁ ଅଲଗା ରଖିଛି। ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ, ମୋଦୀ ସରକାର ଏହି ମାମଲାରେ ପଛଘୁଞ୍ଚା ଦେଇଛନ୍ତି। ସେ କହିଛନ୍ତି, “ଏକ ଦୃଢ଼ ‘NO’ ଭୋଟ ଏକ ଶକ୍ତିଶାଳୀ ବାର୍ତ୍ତା ଦେଇଥାନ୍ତା।”
ଗତ ୨୯ ଏପ୍ରିଲରେ IMF ଘୋଷଣା କରିଥିଲା ଯେ, ୯ ମେ ୨୦୨୫ରେ ଏହାର ଏକ୍ସକ୍ୟୁଟିଭ ବୋର୍ଡ ବୈଠକ ଅନୁଷ୍ଠିତ ହେବ, ଯେଉଁଠାରେ Resilience and Sustainability Facility ଅଧୀନରେ ପାକିସ୍ତାନକୁ ୧୩୦୦ କୋଟି ଡଲାରର ନୂଆ ଋଣ ପ୍ରଦାନ ପାଇଁ ବିଚାର କରାଯିବ। କଂଗ୍ରେସ ଏହି ଘୋଷଣା ପରେ ଦାବି କରିଥିଲା ଯେ, ଭାରତ ପାକିସ୍ତାନକୁ ଦିଆଯାଉଥିବା ଏହି ଆର୍ଥିକ ସହାୟତାର ଦୃଢ଼ ବିରୋଧ କରିବା ଉଚିତ।
ଅନ୍ତର୍ଜାତୀୟ ମୁଦ୍ରା କୋଷ (IMF) ପାକିସ୍ତାନକୁ ୧୩୦ କୋଟି ଡଲାରର ଏକ ବେଲଆଉଟ ପ୍ୟାକେଜକୁ ଅନୁମୋଦନ କରିଛି ଏବଂ ଏହାର ପ୍ରଥମ କିସ୍ତି ଭାବେ ୧୦୦ କୋଟି ଡଲାର ମଞ୍ଜୁର କରାଯାଇଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏହା ପାଇଁ IMFର କୃତଜ୍ଞତା ଜଣାଇଛନ୍ତି। ଏହା ପୂର୍ବରୁ ଭାରତ ପାକିସ୍ତାନକୁ ଦିଆଯାଉଥିବା ଋଣର ବିରୋଧ କରି ଏହାର ଖରାପ ରେକର୍ଡକୁ ଉଲ୍ଲେଖ କରିଥିଲା। IMF ପାକିସ୍ତାନ ପାଇଁ ୭୦୦ କୋଟି ଡଲାରର ଋଣ ପ୍ୟାକେଜର ସମୀକ୍ଷା ପରେ ଏହି ୧୩୦ କୋଟି ଡଲାରର ପ୍ରଥମ କିସ୍ତି ମଞ୍ଜୁର କରିଛି। ଏହି ଋଣ ୨ ବର୍ଷ ଅବଧି ପାଇଁ ପ୍ରଦାନ କରାଯାଇଛି।
କଂଗ୍ରେସର ଅଭିଯୋଗ
ଜୟରାମ ରମେଶ ମୋଦୀ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଭାରତର ଏହି ମୌନତା ଦୁର୍ବଳ ନୀତିର ପରିଚାୟକ। ସେ କହିଛନ୍ତି, “ପାକିସ୍ତାନର ଆର୍ଥିକ ସଙ୍କଟ ଓ ଆତଙ୍କବାଦକୁ ସମର୍ଥନ କରୁଥିବା ଇତିହାସକୁ ଦୃଷ୍ଟିରେ ରଖି ଭାରତ ଏହାକୁ ବିରୋଧ କରିବା ଉଚିତ ଥିଲା। ମୋଦୀ ସରକାରଙ୍କ ଏହି ପଛଘୁଞ୍ଚା ଦେଶର ହିତକୁ ଦୁର୍ବଳ କରୁଛି।”
Comments are closed.