ହାଇଦ୍ରାବାଦ: ଆଗାମୀ ଆଇପିଏଲ୨୦୨୭ ମିନି ଅକ୍ସନ୍ ପୂର୍ବରୁ ସମସ୍ତ ଫ୍ରାଞ୍ଚାଇଜି ନିଜ ନିଜର ରିଟେନସନ୍ ଏବଂ ରିଲିଜ୍ ଖେଳାଳିଙ୍କ ତାଲିକା ପ୍ରକାଶ କରିଛନ୍ତି । ଚଳିତ ଥର ଅନେକ ବଡ଼ ବଡ଼ ତାରକା ଖେଳାଳିଙ୍କୁ ଦଳରୁ ବାଦ୍ ଦିଆଯାଇଛି । ସନରାଇଜର୍ସ ହାଇଦ୍ରାବାଦ ତାର ବିସ୍ଫୋରକ ଓପନର ଟ୍ରାଭିସ୍ ହେଡ୍ଙ୍କୁ ରିଲିଜ୍ କରି ସମସ୍ତଙ୍କୁ ଚକିତ କରିଦେଇଛି । ଗତ ୩ଟି ସିଜିନରେ ହାଇଦ୍ରାବାଦ ପାଇଁ ୪୩ଟି ମ୍ୟାଚ୍ ଖେଳି ୧ ଶତକ ଓ ୯ ଅର୍ଦ୍ଧଶତକ ସହ ସେ ଦମଦାର ପ୍ରଦର୍ଶନ କରିଥିଲେ । ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ୍ ଷ୍ଟାର୍କ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଟ୍ରେଣ୍ଟ ବୋଲ୍ଟଙ୍କୁ ଦଳରୁ ମୁକ୍ତ କରିଛି ।
ଦଳ ଅନୁଯାୟୀ ରିଲିଜ୍ ହୋଇଥିବା ଖେଳାଳିଙ୍କ ତାଲିକା: ସନରାଇଜର୍ସ ହାଇଦ୍ରାବାଦ : ଟ୍ରାଭିସ୍ ହେଡ୍, କାମିନ୍ଦୁ ମେଣ୍ଡିସ୍, ଜୟଦେବ ଉନାଦକଟ୍, ଦିଲଶାନ ମଧୁଶଙ୍କା, ଓମକାର ତରମାଲେ, ଅମିତ କୁମାର, ଶିବମ ମାଭି, ଜେରାଲ୍ଡ କୋଏଟଜୀ, ଡେଭିଡ୍ ପେନ୍। ଦିଲ୍ଲୀ କ୍ୟାପିଟାଲ୍ସ : ନୀତୀଶ ରାଣା, ଅଭିଷେକ ପୋରେଲ୍, ପାଥୁମ୍ ନିସଙ୍କା, ବେନ୍ ଡକେଟ୍, କରୁଣ ନାୟାର, ସାହିଲ ପାରେଖ, ଦୁଷ୍ମନ୍ତା ଚମୀରା, କାଇଲ୍ ଜେମିସନ୍, ରେହାନ୍ ଅହମଦ, ମିଚେଲ୍ ଷ୍ଟାର୍କ । ଚେନ୍ନାଇ ସୁପର କିଙ୍ଗ୍ସ : ଏମ୍.ଏସ୍. ଧୋନି, ମ୍ୟାଟ୍ ସର୍ଟ, ହେନରୀ, ଫଉଲକ୍ସ, ପ୍ରଶାନ୍ତ ବୀର, ଅମନ ଖାନ, କୁଲଦୀପ ଯାଦବ, ଆକାଶ ମଧୱାଲ, ଡିଆନ୍ ଫରେଷ୍ଟର, ମ୍ୟାକନେଲ୍ ନୋରୋହ୍ନା । ଲକ୍ଷ୍ନୌ ସୁପର ଜାଏଣ୍ଟସ୍ : ବ୍ରିଟଜକେ, ଆନରିଚ୍ ନର୍ଟଜେ, ଜର୍ଜ ଲିଣ୍ଡେ, ୱାନିନ୍ଦୁ ହସରଙ୍ଗା, ନମନ ତିୱାରୀ, ଅର୍ଶିନ କୁଲକର୍ଣ୍ଣି । କୋଲକାତା ନାଇଟ୍ ରାଇଡର୍ସ : ମଥିଶା ପଥିରାନା, ମୁସ୍ତାଫିଜୁର ରହମାନ, ରଚିନ ରବୀନ୍ଦ୍ର ।ମୁମ୍ବାଇ ଇଣ୍ଡିଆନ୍ସ : ଟ୍ରେଣ୍ଟ ବୋଲ୍ଟ, ଦୀପକ ଚହର, ଆଲ୍ଲାହ ମହମ୍ମଦ ଗଜନଫର, ଅଥର୍ବ ଅଙ୍କୋଲେକର, କେଶବ ମହାରାଜ, ମହମ୍ମଦ ଇଜହାର, ଦିନେଶ ମାଲେୱାର, ମୟଙ୍କ ମାର୍କଣ୍ଡେୟ, ମୟଙ୍କ ରାୱତ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଜ୍ୟାକବ୍ ବେଥେଲ୍, ଗ୍ଲିସନ୍, ମଙ୍ଗେଶ ଯାଦବ, ସାତ୍ୱିକ ଦେଶୱାଲ, ବିହାନ ମାଲହୋତ୍ରା ।
