Latest Odisha News

BREAKING NEWS

 ୨୦୦୮ ଆଇପିଏଲ ନିଲାମୀରେ କାହିଁକି ମାହିଙ୍କୁ କିଣିପାରି ନଥିଲେ ମୁମ୍ବାଇ ଓ ବାଙ୍ଗାଲୋର? 

ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍  ଇତିହାସରେ ଏକ ସ୍ୱର୍ଣ୍ଣିମ ଯୁଗର ଅନ୍ତ ଘଟିଛି । କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ୪୫ ବର୍ଷ ବୟସରେ ଓଚଖରୁ ଅବସର ଘୋଷଣା କରିଛନ୍ତି । ଅବସର ପରେ ସେ ଚେନ୍ନାଇ ସୁପର କିଙ୍ଗ୍ସ ଦଳର ଟିମ୍ ମେଣ୍ଟର  ଭାବେ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ୨୦୦୮ରେ ପ୍ରଥମ ଆଇପିଏଲ ନିଲାମୀରେ ଚେନ୍ନାଇ ତାଙ୍କୁ କିଣିଥିଲା, କିନ୍ତୁ ସେତେବେଳେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର  ମଧ୍ୟ ଧୋନିଙ୍କୁ କିଣିବା ପାଇଁ  ଚେଷ୍ଟା କରିଥିଲେ । ୨୦୦୮ ନିଲାମୀରେ ମୁମ୍ବାଇ ଇଣ୍ଡିଆନ୍ସ ସଚିନ ତେନ୍ଦୁଲକରଙ୍କୁ ୧.୬୫ ମିଲିୟନ ଡଲାରରେ ଆଇକନ୍ ଖେଳାଳି ଭାବେ ଦଳରେ ସାମିଲ କରିସାରିଥିଲା । ଯଦି ମୁମ୍ବାଇ ଧୋନିଙ୍କ ପାଇଁ ଆଉ ୧.୫ ମିଲିୟନ ଡଲାର ଖର୍ଚ୍ଚ କରିଥାନ୍ତା, ତେବେ କେବଳ ଦୁଇଜଣ ଖେଳାଳିଙ୍କ ପଛରେ ଦଳର ୬୦ ପ୍ରତିଶତ ବଜେଟ୍ ଶେଷ ହୋଇଯାଇଥାନ୍ତା । ବାକି ୨୨ ଜଣ ଖେଳାଳିଙ୍କୁ କିଣିବା ପାଇଁ ମୁମ୍ବାଇ ପାଖରେ ମାତ୍ର ୧.୫ ମିଲିୟନ ଡଲାର ବଞ୍ଚିଥାନ୍ତା, ଯେଉଁ କାରଣରୁ ମୁମ୍ବାଇ ନିଲାମୀରୁ ଓହରି ଯାଇଥିଲା ।  ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର  ମଧ୍ୟ ଧୋନିଙ୍କୁ କିଣିବା ପାଇଁ ଶେଷ ପର‌୍ୟ୍ୟନ୍ତ ବୋଲି ଲଗାଇଥିଲା । କିନ୍ତୁ ତତ୍କାଳୀନ ସିଇଓ ଚାରୁ ଶର୍ମାଙ୍କ ଅନୁଯାୟୀ, ଜଣେ ଖେଳାଳିଙ୍କ ଉପରେ ଅଧିକାଂଶ ଟଙ୍କା ଖର୍ଚ୍ଚ କଲେ ଦଳର ସନ୍ତୁଳନ ବିଗିଡ଼ିଯିବାର ଭୟ ଥିଲା । ତେଣୁ ବାଙ୍ଗାଲୋର ମଧ୍ୟ ପଛକୁ ହଟିଥିଲା ।

ମୁମ୍ବାଇ ପାଖରେ ସଚିନ, କୋଲକାତା ପାଖରେ ସୌରଭ ଗାଙ୍ଗୁଲି ଏବଂ ବାଙ୍ଗାଲୋର ପାଖରେ ରାହୁଲ ଦ୍ରାବିଡଙ୍କ ଭଳି ଆଇକନ୍ ଖେଳାଳି ଥିଲେ । କିନ୍ତୁ ଚେନ୍ନାଇ ପାଖରେ କୌଣସି ଆଇକନ୍ ଖେଳାଳି ନଥିବାରୁ, ଫ୍ରାଞ୍ଚାଇଜି ସମ୍ପୂର୍ଣ୍ଣ ରଣନୀତି ସହ ଧୋନିଙ୍କ ଉପରେ ବାଜି ଲଗାଇ ତାଙ୍କୁ ନିଜ ଦଳରେ ସାମିଲ କରିଥିଲା । ୨୦୦୮ ମସିହାରେ ଚେନ୍ନାଇ ସୁପର କିଙ୍ଗ୍ସ ଧୋନିଙ୍କୁ ୧.୫ ମିଲିୟନ ଡଲାର ବା ତତ୍କାଳୀନ ୬.୦୩ କୋଟି ଟଙ୍କା ରେ କିଣିଥିଲା, ଯାହା ସେ ସମୟର ସବୁଠାରୁ ମହଙ୍ଗା ନିଲାମୀ ଥିଲା ।  ଧୋନିଙ୍କୁ କିଣି ଅଧିନାୟକ କରିବା ଚେନ୍ନାଇ ପାଇଁ ସବୁଠାରୁ ବଡ଼ ମାଷ୍ଟରଷ୍ଟ୍ରୋକ୍ ସାବ୍ୟସ୍ତ ହୋଇଥିଲା । ତାଙ୍କ ନେତୃତ୍ୱରେ  ୨୦୧୦, ୨୦୧୧, ୨୦୧୮, ୨୦୨୧ ଏବଂ ୨୦୨୩ରେ ମୋଟ ୫ ଥର ଆଇପିଏଲ ଟ୍ରଫି ଜିତିଛି । ଏହାଛଡ଼ା ଚେନ୍ନାଇ ରେକର୍ଡ ୧୦ ଥର ଆଇପିଏଲ ଫାଇନାଲରେ ପ୍ରବେଶ କରିଛି ।  ଏବେ ଖେଳାଳି ଭାବେ ୧୮ ବର୍ଷର ଲମ୍ବା ଯାତ୍ରା ଶେଷ କରିବା ପରେ, ଆଗାମୀ ୨୦୨୭ ସିଜିନରେ ଧୋନି ଡଗ୍-ଆଉଟରେ ମେଣ୍ଟର ଭାବେ ଯୁବ ଖେଳାଳିଙ୍କୁ ମାର୍ଗଦର୍ଶନ ଦେଉଥିବାର ନଜର ଆସିବେ ।

Leave A Reply

Your email address will not be published.