Latest Odisha News

BREAKING NEWS

ଭାରତର ବିରୋଧ ସତ୍ତ୍ୱେ ଆଇଏମଏଫ ପାକିସ୍ତାନକୁ ଦେଲା ଋଣ; ଜାଣନ୍ତୁ କେତେ ଋଣ ପାରିତ ହେଲା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଶୁକ୍ରବାର ପାକିସ୍ତାନ ପାଇଁ ୧ ବିଲିୟନ ଆମେରିକୀୟ ଡଲାରର ଋଣ ମଞ୍ଜୁର କରିଛି। ବିଦ୍ୟମାନ ଏକ୍ସଟେଣ୍ଡେଡ୍ ଫଣ୍ଡ ସୁବିଧା ଅଧୀନରେ ପାକିସ୍ତାନକୁ ପ୍ରାୟ ୧ ବିଲିୟନ ଡଲାରର ତୁରନ୍ତ ସହାୟତା ମଞ୍ଜୁର କରିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ଋଣ ଦେବା ପାଇଁ IMF ପ୍ରତି କୃତଜ୍ଞତା ପ୍ରକାଶ କରିଛି। ଭାରତର ବିରୋଧ ସତ୍ତ୍ୱେ, ଆଇଏମଏଫ ପାକିସ୍ତାନ ପାଇଁ ବେଲଆଉଟ ପ୍ୟାକେଜକୁ ମଞ୍ଜୁରୀ ଦେଇଛି।

ଶୁକ୍ରବାର ଭାରତ ପାକିସ୍ତାନକୁ IMFର ୨.୩ ବିଲିୟନ ଆମେରିକୀୟ ଡଲାରର ନୂତନ ଋଣ ପ୍ରଦାନ ପ୍ରସ୍ତାବକୁ ବିରୋଧ କରି କହିଛି ଯେ ଏହି ଅର୍ଥର ଅପବ୍ୟବହାର ରାଜ୍ୟ-ପ୍ରାୟୋଜିତ ସୀମାପାର ଆତଙ୍କବାଦକୁ ଆର୍ଥିକ ସହାୟତା ଦେବା ପାଇଁ ହୋଇପାରେ। ଏହି ସମ୍ପର୍କରେ ଅନୁଷ୍ଠିତ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାରତ ଭୋଟ ଦେବାରୁ ଦୂରେଇ ରହିଲା। ଋଣ ପ୍ରଦାନ ବେଳେ ନୈତିକତା ଦିଗ ପ୍ରତି ଦୃଷ୍ଟି ଦେବାକୁ ଭାରତ କହିଛି । ପାକିସ୍ତାନ ପରି ଏକ ଆତଙ୍କବାଦୀ ରାଷ୍ଟ୍ରକୁ ବାରମ୍ବାର ଋଣ ଦେବା ଅନ୍ତର୍ଜାତୀୟ ସମୁଦାୟ ପ୍ରତି ଏକ ବିପଜ୍ଜନକ ବାର୍ତ୍ତା ଯାଉଛି । ଏହା ଆଇଏମଏଫର ଭାବମୂର୍ତ୍ତିକୁ ମଳିନ କରୁଛି ବୋଲି ଭାରତ କହିଛି ।

“ପାକିସ୍ତାନ ପାଇଁ IMF ଦ୍ୱାରା ୧ବିଲିୟନ ଡଲାରର ଅନୁଦାନ ମଞ୍ଜୁରୀ ଉପରେ ଶେହବାଜ ସରିଫ ସନ୍ତୋଷ ପ୍ରକାଶ କରିଛନ୍ତି,” ପାକିସ୍ତାନୀ ପିଏମଓ ବିବୃତ୍ତିରେ କୁହାଯାଇଛି। ଏହା ସହିତ, ଏହାକୁ ଭାରତର ମନମୁଖୀ ରଣନୀତିର ବିଫଳତା ବୋଲି ମଧ୍ୟ କୁହାଯାଇଛି।

 

Comments are closed.