Latest Odisha News

BREAKING NEWS

ଡବ୍ଲ୍ୟୁଟିସି ୨୦୨୭ ଫାଇନାଲ ଆୟୋଜନ କରିବା ପାଇଁ ବିସିସିଆଇର ଉଦ୍ୟମ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ୨୦୨୫-୨୭ ଚକ୍ରର ଫାଇନାଲ ମ୍ୟାଚ ଆୟୋଜନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି । ଏହା ପୂର୍ବରୁ ୨୦୨୧ରେ ସାଉଥାମ୍ପଟନରେ, ୨୦୨୩ରେ ଓଭାଲରେ ଏବଂ ଏଥର ଲର୍ଡସର ଡବ୍ଲ୍ୟୁଟିସି ଫାଇନାଲ ଖେଳାଯିବ । ଗତ ମାସରେ ଜିମ୍ବାୱେରେ ଆୟୋଜିତ ଆଇସିସି ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲା । ବିସିସିଆଇ ପକ୍ଷରୁ ଅରୁଣ ଧୁମାଲ ଏଥିରେ ଯୋଗ ଦେଇଥିଲେ । ଭାରତର ୨୦୨୭ ଫାଇନାଲ ଆୟୋଜନର ପ୍ରସ୍ତାବ ଦେଇଥିଲା । ଭାରତ ଫାଇନାଲ ନ ଖେଳିଲେ ମଧ୍ୟ ଦୁଇ ଶ୍ରେଷ୍ଠ ଟିମ ମଧ୍ୟରେ ମୁକାବିଲାର ରୋମାଂଚ ଦର୍ଶକ ଉଠାଇ ପାରିବେ ।

ଭାରତ ୨୦୨୧ ଓ ୨୦୨୩ ଫାଇନାଲରେ ପ୍ରବେଶ କରିଥିଲା । ଉଭୟ ମୁକାବିଲାରେ ଭାରତ ଯଥାକ୍ରମେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଥିଲା । ଏଥର ଟିମ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇନି । ୨୦୨୫-୨୭ ଡବ୍ଲ୍ୟୁଟିସି ଚକ୍ର ଭାରତ-ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରୁ ଆରମ୍ଭ ହେବ । ଗତ ଥର ବିରାଟ କୋହଲିଙ୍କ ନେତୃତ୍ୱରେ ଇଂଲଣ୍ଡ ଗସ୍ତରେ ଯାଇଥିବା ଟିମ ଇଣ୍ଡିଆ ୨-୨ରେ ସିରିଜ ଡ୍ର ରଖିଥିଲା ।

Comments are closed.