Latest Odisha News

BREAKING NEWS

‘ଅସ୍ତ୍ରବିରତି ଉଲ୍ଲଙ୍ଘନ ପାଇଁ ପାକିସ୍ତାନ ଦାୟୀ’;ସେନାକୁ କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି।

ଶନିବାର ସନ୍ଧ୍ୟା ୫ଟାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଥିଲା। କିନ୍ତୁ, ମାତ୍ର ତିନି ଘଣ୍ଟା ପରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଯାହା ପରେ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି ଯେ, ସେନା ପରିସ୍ଥିତି ଉପରେ କଡ଼ା ନଜର ରଖିଛି ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବୈଦେଶିକ ସଚିବ ବିକ୍ରମ ମିଶ୍ର କହିଛନ୍ତି, “ଗତ କିଛି ଦିନ ଧରି ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରିବା ପାଇଁ ଆଜି ସନ୍ଧ୍ୟାରେ ଭାରତ ଏବଂ ପାକିସ୍ତାନର ଡିଜିଏମଓଙ୍କ ମଧ୍ୟରେ ଏକ ବୁଝାମଣା ହୋଇଛି। ଗତ କିଛି ଘଣ୍ଟା ଧରି ପାକିସ୍ତାନ ଦ୍ୱାରା ଏହି ବୁଝାମଣା ଉଲ୍ଲଂଘନ କରାଯାଉଛି। ଭାରତୀୟ ସେନା ଏହି ସୀମା ଅନୁପ୍ରବେଶର ପ୍ରତିଶୋଧ ନେଉଛି ଏବଂ ଏହାର ମୁକାବିଲା କରୁଛି। ଏହି ଅନୁପ୍ରବେଶ ଅତ୍ୟନ୍ତ ନିନ୍ଦନୀୟ ଏବଂ ଏଥିପାଇଁ ପାକିସ୍ତାନ ଦାୟୀ। ଆମେ ବିଶ୍ୱାସ କରୁଛୁ ଯେ ପାକିସ୍ତାନ ଏହି ପରିସ୍ଥିତିକୁ ଠିକ୍ ଭାବରେ ବୁଝିବା ଉଚିତ ଏବଂ ଏହି ଅନୁପ୍ରବେଶକୁ ବନ୍ଦ କରିବା ପାଇଁ ତୁରନ୍ତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।”

ବୈଦେଶିକ ସଚିବ ଆହୁରି କହିଛନ୍ତି, “ସଶସ୍ତ୍ର ବାହିନୀ ପରିସ୍ଥିତି ଉପରେ କଡ଼ା ନଜର ରଖିଛି ଏବଂ ଅନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖାରେ ଯେକୌଣସି ପୁନରାବୃତ୍ତି ସୀମା ଉଲ୍ଲଂଘନକୁ କଡ଼ା ମୁକାବିଲା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।”

 

 

Comments are closed.