Latest Odisha News

BREAKING NEWS

ପାକିସ୍ତାନ ସହ ଅସ୍ତ୍ରବିରତିକୁ ନେଇ ଓୱେସିଙ୍କ ୪ପ୍ରଶ୍ନ…

ନୂଆଦିଲ୍ଲୀ:ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଶନିବାର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବଡ଼ ଘୋଷଣା କରିଥିଲେ । ଭାରତୀୟ ସମୟ ସଂଧ୍ୟା ୫ଟାରୁ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା । ଏହି ଘୋଷଣା ଉପରେ ପ୍ରତିକ୍ରିୟା ଦେଇ ଆଇଏମଆଇଏମ (AIMIM)ମୁଖ୍ୟ ଅସଦୁଦ୍ଦିନ ଓୱେସି କହିଛନ୍ତି ଯେ, ଯେପର୍ଯ୍ୟନ୍ତ ପାକିସ୍ତାନ ଭାରତ ବିରୁଦ୍ଧରେ ଆତଙ୍କବାଦ ପ୍ରସାର ପାଇଁ ତା’ର ମାଟି ବ୍ୟବହାର କରିଚାଲିବ, ସେପର୍ଯ୍ୟନ୍ତ ସ୍ଥାୟୀ ଶାନ୍ତି ସମ୍ଭବ ନୁହେଁ। ସେ କହିଛନ୍ତି ଯେ ଅସ୍ତ୍ରବିରତି ହେଉ କି ନ ହେଉ, ପହଲଗାମ ଆକ୍ରମଣ ପାଇଁ ଦାୟୀ ଆତଙ୍କବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବା ଉଚିତ।

ଭାରତୀୟ ସେନା ଏବଂ ସରକାରଙ୍କୁ ସମର୍ଥନ କରି ସେ କହିଥିଲେ ଯେ ମୁଁ ସର୍ବଦା ବାହ୍ୟ ଆକ୍ରମଣ ବିରୁଦ୍ଧରେ ସରକାର ଏବଂ ସଶସ୍ତ୍ର ବାହିନୀ ସହିତ ଛିଡା ହୋଇଛି ଏବଂ ଭବିଷ୍ୟତରେ ମଧ୍ୟ ଏହା ଜାରି ରହିବ।

ଓୱେସି ଆଶା ପ୍ରକାଶ କରିଛନ୍ତି ଯେ ଏହି ଅସ୍ତ୍ରବିରତି ସୀମାବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ଆଶ୍ୱସ୍ତି ଦେବ। ସେ କହିଥିଲେ, ‘ମୁଁ ଆଶା କରୁଛି ଏହି ଅସ୍ତ୍ରବିରତି ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ କିଛି ଆଶ୍ୱସ୍ତି ଦେବ।’ ମୁଁ ଏହା ମଧ୍ୟ ଆଶା କରୁଛି ଯେ ଭାରତୀୟମାନେ ଏବଂ ଭାରତୀୟ ରାଜନୈତିକ ଦଳଗୁଡ଼ିକ ଗତ ଦୁଇ ସପ୍ତାହରୁ କିଛି ଶିକ୍ଷା ପାଇବେ। ଭାରତୀୟମାନେ ଏକତାରେ ରହିଲେ ଭାରତ ଶକ୍ତିଶାଳୀ ହୁଏ; ଯେତେବେଳେ ଭାରତୀୟମାନେ ନିଜ ନିଜ ମଧ୍ୟରେ ଲଢ଼ନ୍ତି, ଆମର ଶତ୍ରୁମାନେ ଏହାର ସୁଯୋଗ ନିଅନ୍ତି।

ଓୱେସି କହିଛନ୍ତି ଯେ ମୋର କିଛି ପ୍ରଶ୍ନ ଅଛି ଏବଂ ମୁଁ ଆଶା କରୁଛି ସରକାର ସେଗୁଡ଼ିକୁ ସ୍ପଷ୍ଟ କରିବେ।

-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଦଳରେ ଏକ ବିଦେଶୀ ଦେଶର ରାଷ୍ଟ୍ରପତି କାହିଁକି ଯୁଦ୍ଧବିରତି ଘୋଷଣା କଲେ? ସିମଲା ଚୁକ୍ତି (୧୯୭୨) ପରଠାରୁ ଭାରତ ସର୍ବଦା ତୃତୀୟ ପକ୍ଷ ହସ୍ତକ୍ଷେପ ବିରୁଦ୍ଧରେ ରହିଆସିଛି, ତେବେ ଆମେ ଏବେ ଏହାକୁ କାହିଁକି ଗ୍ରହଣ କଲେ? ମୁଁ ଆଶା କରୁଛି କାଶ୍ମୀର ପ୍ରସଙ୍ଗ ଆନ୍ତର୍ଜାତୀୟକରଣ ହେବ ନାହିଁ, କାରଣ ଏହା ଆମର ଆଭ୍ୟନ୍ତରୀଣ ମାମଲା।

– ଆମେ କାହିଁକି ତୃତୀୟ ସ୍ଥାନରେ ଆଲୋଚନା କରିବାକୁ ରାଜି ହୋଇଛୁ? ଏହି ଆଲୋଚନାର ଏଜେଣ୍ଡା କ’ଣ ହେବ? ଭବିଷ୍ୟତରେ ପାକିସ୍ତାନ ଆତଙ୍କବାଦ ପାଇଁ ତା’ର ମାଟି ବ୍ୟବହାର କରିବ ନାହିଁ ବୋଲି ଆମେରିକା କ’ଣ ଗ୍ୟାରେଣ୍ଟି ଦେବ?

– ଭବିଷ୍ୟତରେ ଆତଙ୍କବାଦୀ ଆକ୍ରମଣରୁ ପାକିସ୍ତାନକୁ ନିବୃତ୍ତ କରିବାର ଲକ୍ଷ୍ୟରେ ଆମେ ସଫଳ ହେଲୁ କି,ନା କେବଳ ଅସ୍ତ୍ରବିରତି ଆମର ଉଦ୍ଦେଶ୍ୟ ଥିଲା? ଆମର ଲକ୍ଷ୍ୟ କ’ଣ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଅସ୍ତ୍ରବିରତି ଆଣିବା ଥିଲା ନା ପାକିସ୍ତାନକୁ ଏପରି ସ୍ଥିତିରେ ପକାଇବା ଥିଲା ଯେ ସେ ଆଉ ଏକ ଆକ୍ରମଣର ସ୍ୱପ୍ନ ମଧ୍ୟ ଦେଖିପାରିବ ନାହିଁ?

-ପାକିସ୍ତାନକୁ FATFର ଗ୍ରେ ତାଲିକାରେ ରଖିବା ପାଇଁ ଆମର ଆନ୍ତର୍ଜାତୀୟ ଅଭିଯାନ ଜାରି ରହିବା ଉଚିତ।

 

 

Comments are closed.