Latest Odisha News

BREAKING NEWS

୨ଆନ୍ତଃଜିଲ୍ଲା ଏଟିଏମ ଲୁଟେରା ଗିରଫ; ୩ ଲକ୍ଷ ଟଙ୍କା, ସୁନା ଜବତ

ଆଠଗଡ : ସିନିୟର ସିଟିଜେନଙ୍କୁ ଲୁଟୁଥିଲେ ଲୁଟେରା । ସେହି ଏଟିଏମ ଲୁଟେରା ଗ୍ୟାଙ୍ଗକୁ କାବୁକଲା ଆଠଗଡ ପୋଲିସ। କଟକ ଆଠଗଡ ପୋଲିସଙ୍କ ହାତରେ ଧରା ପଡିଲେ ୨ଆନ୍ତଃଜିଲ୍ଲା ଏଟିଏମ ଲୁଟେରା । ସେମାନଙ୍କ ଠାରୁ ୩ ଲକ୍ଷ ଟଙ୍କା, ୯ ଭରି ସୁନା ଓ ୨୬ ATM କାର୍ଡ ଜବତ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ କଟକ ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

ଖବର ମୁତାବକ ସେମାନଙ୍କୁ ଆଠଗଡ ଅଞ୍ଚଳରୁ ପୋଲିସ ଗିରଫ କରିଛି । ଏହି ଲୁଟେରା ଡ୍ରିମ ଇଲେଭେନରେ ୩ କୋଟି ଜିତିବା ଲକ୍ଷ୍ୟରେ ସିନିୟର ସିଟିଜେନଙ୍କୁ ଲୁଟୁଥିଲା। ମୁଖ୍ୟ ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା ପୋଲସରାର ମନୋଜ ସାହୁ । ସେହିପରି ଅନ୍ୟଜଣେ ହେଲେ ଗଞାମ ବୁଗୁଡା ଅଞ୍ଚଳର ପ୍ରଦୀପ କୁମାର ସାହୁ ।

ଆଠଗଡ ଥାନା ଅଞ୍ଚଳରେ ୨୫ ଜାନୁୟାରୀ ,୨୭ମାର୍ଚ୍ଚରେ ଦୁଇଟି ଲୁଟ ପରେ ଏହି ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି ଆଠଗଡ଼ ପୋଲିସ । ଏହି ଘଟଣାରେ ସଂପୃକ୍ତି ଥିବା ଲୁଟ ଗ୍ୟାଙ୍ଗର ଅନେକ ଲୁଟେରାଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

 

Comments are closed.