Latest Odisha News

BREAKING NEWS

ନାବାଳିକା ଝିଅକୁ ଦୁଷ୍କର୍ମ ମାମଲା: ବାପାକୁ ଆଜୀବନ କାରାଦଣ୍ଡ

ବରଗଡ଼: ୨୦୨୦ରେ ସଂଘଟିତ ଏକ ଦୁଷ୍କର୍ମ ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ବରଗଡ଼ ଜିଲ୍ଲାର ଏହି ମାମଲାରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସୋ ଜଜ୍‌ ଅଭିଯୁକ୍ତ ବାପାଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ଏହା ସହିତ ପୀଡ଼ିତାଙ୍କୁ ୧୦ ଲକ୍ଷ କ୍ଷତିପୂରଣ ଦେବା ଦିଗରେ ପଦକ୍ଷେପ ନେବାକୁ ଡିଏଲ୍‌.ଏସ୍‌.ଏଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏନେଇ ସୋମବାର କୋର୍ଟ ପରିସରରେ ପୀଡ଼ିତାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଡଭୋକେଟ୍‌ ଦ୍ୟୁତିଶ ଆଚାର୍ଯ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି। ସୂଚନା ଅନୁସାରେ ଗତ ୨୦୨୦ ଫେବୃଆରୀ ୨୨ରେ ଏହି ଘଟଣାକୁ ନେଇ ବରଗଡ଼ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ୧୮ ଜଣଙ୍କ ସାକ୍ଷ୍ୟ ଗ୍ରହଣ ପରେ ରାୟ ପ୍ରକାଶ ପାଇଥିଲା।

ପୀଡ଼ିତାଙ୍କ ପକ୍ଷରୁ ଆଡଭୋକେଟ୍‌ ଦ୍ୟୁତିଶ ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିଲେ। ଏହି ଦୁଷ୍କର୍ମ ମାମଲାର ରାୟ ସୋମବାର ପ୍ରକାଶ ପାଇଥିବା ବେଳେ ଦୋଷୀ ବାପାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅତିରିକ୍ତ ଜିଲ୍ଲା ଜଜ୍।

Comments are closed.