ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଗତ ବର୍ଷ ସେ ଆନ୍ତର୍ଜାତୀୟ ଟି୨୦ରୁ ଅବସର ନେଇଥିଲେ । ଏବେ ସେ ଦିନିକିଆ କ୍ରିକେଟ ଖେଳିବା ଜାରି ରଖିବେ । ଇତି ମଧ୍ୟରେ ଟିମ ଇଣ୍ଡିଆର ପୂର୍ବତନ କୋଚ ରବି ଶାସ୍ତ୍ରୀ ଏକ ଚିନ୍ତାଜନକ ବୟାନ ଦେଇଛନ୍ତି । କୋହଲି ଖେଳିବା ବନ୍ଦ କରିଦେଲେ ସମ୍ପୂର୍ଣ୍ଣ ଭାବେ କ୍ରିକେଟଠାରୁ ଦୂରେଇ ଯିବେ । ତାଙ୍କ ନିକଟରେ ଆହୁରି ୨/୩ ବର୍ଷ କ୍ରିକେଟ ବାକିଥିଲା । ସେ ମଧ୍ୟ ଟେଷ୍ଟ କ୍ରିକେଟ ଖେଳିବାକୁ ଚାହୁଁଥିଲେ । କାହିଁକି ଟେଷ୍ଟରୁ ଅବସର ନେଲେ ତାହା କୋହଲି ନିଜେ କହିପାରିବେ । କୋହଲି ୧୨୩ ଟେଷ୍ଟରେ ୪୬.୮୫ ଆଭରେଜରେ ୩୦ ଶତକ ସହାୟତାରେ ୯୨୩୦ ରନ କରିଛନ୍ତି ।
ପୂର୍ବରୁ କୋହଲି ତାଙ୍କ ପରିବାରକୁ ନେଇ ଇଂଲଣ୍ଡରେ ରହିବାକୁ ଚାହୁଁଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା । ସେ ତାଙ୍କ ପିଲାମାନଙ୍କୁ ଏକ ସ୍ୱତନ୍ତ୍ର ଜୀବନ ଦେବାକୁ ଚାହୁଁଛନ୍ତି ଯାହାକି ଭାରତରେ ସମ୍ଭବପର ନୁହେଁ ବୋଲି ସେ ଭାବୁଛନ୍ତି । ଭାରତୀୟ କ୍ରିକେଟପ୍ରେମୀ ତାଙ୍କୁ ଚାହୁଁଥିବା ବେଳେ ସେ କିନ୍ତୁ ଏହାର ରାଜନୀତିରେ ଶୀକାର ହୋଇ ଯାଇଛନ୍ତି । କୋହଲି ଜଣେ ଚାମ୍ପିୟନ ସେ କେବେ ବି ହାର ମାନନ୍ତି ନାହିଁ ବୋଲି ଶାସ୍ତ୍ରୀ କହିଛନ୍ତି ।
Comments are closed.