Latest Odisha News

BREAKING NEWS

ମଦ, ଔଷଧରେ ବେଶୀ ଖର୍ଚ୍ଚ କରୁଛନ୍ତି ଭାରତୀୟ

ନୂଆଦିଲ୍ଲୀ: ଭାରତୀୟମାନେ ଔଷଧ ଏବଂ ମଦରେ ବେଶୀ ଅର୍ଥ ଖର୍ଚ୍ଚ କରୁଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଆର୍ଥୀକ ବର୍ଷ ୨୦୨୪ରେ ଏ ନେଇ ସରକାରଙ୍କ ପକ୍ଷରୁ ଏକ ତାଲିକା ଜାରୀ କରାଯାଇଛି । ୧୨ ବର୍ଷ ମଧ୍ୟରେ ଏଥର ଏହି ବାବଦକୁ ଅଧିକ ଅର୍ଥ ଖର୍ଚ୍ଚ ହୋଇଛି । ୨୦୨୪ରେ ମଦ ଓ ଔଷଧ ଖର୍ଚ୍ଚ ୧୫.୭ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୨ ପରେ ଏହା ସର୍ବାଧିକ ବୃଦ୍ଧି ଭାବେ ପରିଗଣିତ ହେଉଛି । ମଦ ବିକ୍ରିରେ ମଧ୍ୟ ପ୍ରତ୍ୟେକ ବର୍ଷ ୦.୫ ପ୍ରତିଶତ ବୃଦ୍ଧି ଘଟିଛି । ୨୪ ଆର୍ଥୀକ ବର୍ଷରେ ପୋଷାକ ଏବଂ ଜୋତା ଉପରେ ସବୁଠାରୁ କମ ଖର୍ଚ୍ଚ କରାଯାଇଛି ।

ଖାଦ୍ୟ ଏବଂ ବିନା ଆଲକହଲ ପଦାର୍ଥ କ୍ରୟ କରିବାରେ ୦.୫ ପ୍ରତିଶତ ବୃଦ୍ଧି ଘଟିଛି । ଆର୍ଥୀକ ସ୍ଥିତିରେ ଭଲ ଥିବା ପରିବାର ଆବଶ୍ୟକ ସାମଗ୍ରୀ ଉପରେ ଖାଦ୍ୟ ପଦାର୍ଥ ତୁଳନାରେ ଅଧିକ ଖର୍ଚ୍ଚ କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ ଭାବେ ମନୋରଞ୍ଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପିଛା ଅର୍ଥ ଖର୍ଚ୍ଚ କମ ରହିଛି । ଗତ ବର୍ଷ ତୁଳନାରେ ୪.୧ ପ୍ରତିଶତ କମ ଅର୍ଥ ଏ ବାବଦକୁ ଖର୍ଚ୍ଚ କରାଯାଇଛି ।

Comments are closed.