ଚେନ୍ନାଇ: ଆଇପିଏଲ ଇତିହାସରେ ଶ୍ରେଷ୍ଠ ଅଧିନାୟକ ଭାବେ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ସ୍ୱତନ୍ତ୍ର ପରିଚୟ ରହିଛି । ତାଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ ୫ ଥର ଟାଇଟଲ ହାସଲ କରିଛି । ତେବେ ଏହା ସତ୍ୱେ ଧୋନୀଙ୍କ ନାମରେ ଏକ ଅଲୋଡା ରେକର୍ଡ ମଧ୍ୟ ରହିଛି । ସେ ଆଇପିଏଲ ଇତିହାସରେ ସର୍ବାଧିକ ମ୍ୟାଚ ମଧ୍ୟ ହାରିଛନ୍ତି । ଧୋନୀ ୨୩୪ ମ୍ୟାଚରେ ନେତୃତ୍ୱ ନେଇଥିବା ବେଳେ ୯୭ ଥର ଦଳ ପରାଜିତ ହୋଇଛି । ଦ୍ୱିତୀୟ ସ୍ଥାନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ବିରାଟ କୋହଲି ରହିଛନ୍ତି । କୋହଲିଙ୍କ ନେତୃତ୍ୱରେ ଆରସିବି ୧୪୩ ମ୍ୟାଚ ଖେଳିଥିବା ବେଳେ ୭୦ ଥର ପରାଜିତ ହୋଇଛି ।
ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତ । ତାଙ୍କ ନେତୃତ୍ୱରେ ମୁମ୍ବାଇ ୬୭ ଥର ପରାଜିତ ହୋଇଛି । ୪ର୍ଥ ଓ ୫ମ ସ୍ଥାନରେ ଗୌତମ ଗମ୍ଭୀର ଓ ଡେଭିଡ ୱାର୍ଣ୍ଣର ରହିଛନ୍ତି । ଗମ୍ଭୀର ୧୨୯ ମ୍ୟାଚରେ ନେତୃତ୍ୱ ନେଇଛନ୍ତି । ଏଥିରେ ୫୭ ପରାଜୟ ରହିଛି । ସେହିପରି ୱାର୍ଣ୍ଣର ୮୩ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଥିବା ବେଳେ ତାଙ୍କ ଦଳ ୪୧ରେ ପରାଜିତ ହୋଇଛି ।
Comments are closed.