ନୂଆଦିଲ୍ଲୀ: ହରିୟାଣାର ୟୁଟ୍ୟୁବର ତଥା ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରାଙ୍କ ସମସ୍ୟା ଏବେ ବଢିବାରେ ଲାଗିଛି । ନିଇତି ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ଏବେ ପୁଣି ବଢିଛି ରିମାଣ୍ଡ ଅବଧି । ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବରଙ୍କ ୫ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ପୁଣି ଥରେ କୋର୍ଟରେ ହାଜର କରାଯାଇଥିଲା। ଯାହା ପରେ କୋର୍ଟ ପୁଣି ଥରେ ଜ୍ୟୋତିଙ୍କୁ ୪ ଦିନିଆ ରିମାଣ୍ଡରେ ପଠାଇଛନ୍ତି। ପୂର୍ବରୁ ଜ୍ୟୋତିଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲା ପୋଲିସ୍ । ଏହି ସମୟ ମଧ୍ୟରେ, ସୁରକ୍ଷା ଏଜେନ୍ସିଗୁଡ଼ିକ ତାଙ୍କୁ କିଛି ଘଣ୍ଟା ଧରି ପଚରାଉଚରା କରିବା ବେଳେ ଅନେକ କିଛି ସତ ଉଗାରିଥିଲେ ଜ୍ୟୋତି ।
ଆଜି ଶୁଣାଣି ସମୟରେ ଜ୍ୟୋତିଙ୍କ ବାପା ହରିଶଙ୍କୁ ତାଙ୍କ ସହିତ ସାକ୍ଷାତ କରିବାକୁ ଅନୁମତି ଦିଆଯାଇ ନଥିଲା। ପୋଲିସ ମେ ୧୬ ତାରିଖରେ ଜ୍ୟୋତିଙ୍କୁ ଗିରଫ କରିଥିଲା। ଏହାପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ଜ୍ୟୋତିଙ୍କୁ ପଠାନକୋଟ ନେଇଯାଇଥିଲେ କାରଣ ଏଜେନ୍ସିଗୁଡ଼ିକୁ ତାଙ୍କ ପଠାନକୋଟ ଗସ୍ତ ଏବଂ ସେଠାରୁ ସେନା ଶିବିର ବିଷୟରେ ସୂଚନା ବାଣ୍ଟିବା ନେଇ ସନ୍ଦେହ ଥିଲା। ତେବେ ଶୁଣାଣି ସମୟରେ ୫ ଦିନିଆ ରିମାଣ୍ଡରେ ଜେରା ସମୟରେ ଜ୍ୟୋତି ପୋଲିସକୁ କ’ଣ କହିଥିଲେ? ସେନେଇ ପୋଲିସ୍ କୋର୍ଟରେ ତଥ୍ୟ ରଖିଥିଲା । ଯେଉଁଥିରେ ଜ୍ୟୋତି ପାକିସ୍ତାନୀ ହାଇକମିଶନଙ୍କ ସହ ଯୋଗାଯୋଗରେ ରହିଥିଲେ ବୋଲି ସ୍ବୀକାର କରିଥିଲେ । ହେଳଷ କିଛଇ କିଛି ତଥ୍ୟ ନେଇ ପୋଲିସକୁ ଦ୍ବିମତ ଦେଇଥିଲେ ଜ୍ୟୋତି ।
ଯାହାକୁ ନେଇ କୋର୍ଟ ପୁଣି ତାଙ୍କୁ ଆଉ ୪ ଦିନିଆ ରିମାଣ୍ଡରେ ପଠାଇଛି । ଏଥିସହିତ ତଦନ୍ତକାରୀ ସଂସ୍ଥା ଏହି ଦୃଷ୍ଟିକୋଣରୁ ମଧ୍ୟ ଯାଞ୍ଚ କରୁଛି ଯେ ଜ୍ୟୋତି କେବଳ ଯାତ୍ରା ଉଦ୍ଦେଶ୍ୟରେ ଭିଡିଓଗୁଡ଼ିକ ତିଆରି କରିଥିଲେ ନା ଏଥିରେ ପାକିସ୍ତାନୀ ଏଜେଣ୍ଟମାନଙ୍କ ପାଇଁ କିଛି କୋଡ୍ ଲୁଚି ରହିଥିଲା। ତଦନ୍ତକାରୀ ଏଜେନ୍ସିଗୁଡ଼ିକ ତାଙ୍କ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକର ମଧ୍ୟ ତଦନ୍ତ କରୁଛନ୍ତି। ଏହି ସମୟରେ, ହିସାର ପୋଲିସ ଜ୍ୟୋତିଙ୍କୁ ପଚରାଉଚରା କରି ଅନେକ କଥା ବାହାର କରିଛି ।
ପୋଲିସର ଦାବି ଅନୁଯାୟୀ, ଯେତେବେଳେ ଜ୍ୟୋତିଙ୍କୁ ଗିରଫ କରାଯାଇଥିଲା, ସେ ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହ ଯୋଗାଯୋଗରେ ଥିଲେ। ସେ ପାକିସ୍ତାନୀ ଅଧିକାରୀଙ୍କ ସହ ସେନା ଏବଂ ତଦନ୍ତ ଏଜେନ୍ସି ସହ ଜଡିତ କିଛି ସୂଚନା ସେୟାର କରିଥିଲେ। ଜ୍ୟୋତି ସୂଚନା ପାଇଁ ହ୍ୱାଟସଆପ୍, ସ୍ନାପଚଟ୍ ଭଳି ଆପ୍ ବ୍ୟବହାର କରୁଥିଲେ। ଏଥିସହିତ ହିସାର ଏସ୍ପି କହିଛନ୍ତି ଯେ ଜ୍ୟୋତିଙ୍କ ହ୍ୱାଟସଆପ୍ ଚାଟ୍ ବିଷୟରେ ଏବେ କିଛି କୁହାଯାଇପାରିବ ନାହିଁ। ଜ୍ୟୋତିଙ୍କର ଅଲି ହାସନଙ୍କ ସହିତ ଏକ କଥାବାର୍ତ୍ତା ବାହାରିଥିଲା ଯେଉଁଥିରେ ସେ ଜଣେ ପାକିସ୍ତାନୀ ସହିତ ବିବାହ କରିବା ବିଷୟରେ କଥା ହେଉଥିଲେ।
Comments are closed.