Latest Odisha News

BREAKING NEWS

ଆପଣ ଏସି ସହିତ ପଙ୍ଖା ବ୍ୟବହାର କରୁଛନ୍ତି କି…?

ଭୁବନେଶ୍ବର: ଗରମରୁ ରକ୍ଷା ପାଇବା ପାଇଁ ଲୋକମାନେ ଏୟାର କଣ୍ଡିସନର ବ୍ୟବହାର କରୁଛନ୍ତି । ଦିନକୁ ଦିନ ଗରମ ବୃଦ୍ଧି ପାଉଛି। ଏତେ ପ୍ରବଳ ଗରମରେ, AC ହେଉଛି ଏକମାତ୍ର ସାହାରା ପାଲଟିଛି।
କିନ୍ତୁ ଏସି ଚଲାଇବା ସମୟରେ ଅନେକ ଲୋକ ଦ୍ୱନ୍ଦ୍ୱରେ ପଡ଼ିଯାଆନ୍ତି ଯେ ଏସି ସହିତ ପଙ୍ଖା ଚଲାଇବେ କି ନାହିଁ? କିଛି ଲୋକ ଏସି ସହିତ ପଙ୍ଖା ଚଲାଇ ରଖନ୍ତି ତ କିଛି ଲୋକ ପଙ୍ଖା ଚଲାନ୍ତି ନାହିଁ । କିନ୍ତୁ ରୁମକୁ ଭଲ ଥଣ୍ଡା କରିବା ପାଇଁ କ’ଣ କରାଯିବା ଉଚିତ? ତେବେ ଆମେ ଆପଣଙ୍କୁ ଏ ବିଷୟରେ ବିସ୍ତୃତ ସୂଚନା ଦେବୁ, ଆପଣଘଙ୍କୁ କଣ କରିବା ଉଚିତ୍ ..

ଯଦି ଆପଣ ରୁମ୍ ରେ ଭଲ ପବନ ସଞ୍ଚାଳନ ଚାହାଁନ୍ତି, ତେବେ ଏସି ସହିତ ପଙ୍ଖା ଚଲାଇବା ଭଲ। ସେହିପରି ଏସି ସହିତ ପଙ୍ଖା ଚଲାଇଲେ ରୁମ୍ ରେ ଏକ କମ୍ପର୍ଟେବଲ ତାପମାତ୍ରା ବଜାୟ ରଖେ। ଏସି ସହିତ ପଙ୍ଖା ଚଲାଇବାର ତୃତୀୟ ଲାଭ ହେଲା ଏହା ଆର୍ଦ୍ରତା ହ୍ରାସ କରିବାରେ ସାହାଯ୍ୟ କରେ।4

ଏସି ଚଲାଇଲେ ରୁମ୍ ଥଣ୍ଡା ହୁଏ । କିନ୍ତୁ ଏସି ସହ ଫ୍ୟାନ୍ ଚଲାଇବାର ସବୁଠାରୁ ବଡ଼ ଲାଭ ହେଉଛି ଫ୍ୟାନ୍ ଯୋଗୁଁ ରୁମ୍ ର ପ୍ରତ୍ୟେକ କୋଣକୁ ଥଣ୍ଡା ବ୍ୟାପିଯାଏ । ଥଣ୍ଡା ଅନୁଭବ ହେବ ।

ଯଦି ଫ୍ୟାନ୍ ଚଲାଇ ରୁମ୍ ଶୀଘ୍ର ଥଣ୍ଡା ହୁଏ, ତେବେ ଏସି ଶୀଘ୍ର ବନ୍ଦ କରିପାରିବେ । ଯାହା ବିଦ୍ୟୁତ୍ ସଞ୍ଚୟ କରିବ। ବିଦ୍ୟୁତ ବିଲ୍ କମ୍ ହେବା ଅର୍ଥ ଟଙ୍କା ସଞ୍ଚୟ କରିବା।

ଯଦି ଆପଣଙ୍କ ରୁମ୍ ର ଆକାର ଛୋଟ ଓ ଆପଣଙ୍କ ରୁମ୍ ରେ ଏକ ଅଧିକ ଟନ୍ କ୍ଷମତା ବିଶିଷ୍ଟ ଏୟାର କଣ୍ଡିସନର ଲଗାଯାଇଛି , ତେବେ ଆପଣଙ୍କୁ ଫ୍ୟାନ୍ ଚଲାଇବାର ଆବଶ୍ୟକତା ନାହିଁ। କାରଣ ଅଧିକ ଟନ୍ କ୍ଷମତା ବିଶିଷ୍ଟ ଏସି ଏକ ଛୋଟ ରୁମ୍ କୁ ଶୀଘ୍ର ଥଣ୍ଡା କରିଦିଏ ।

Comments are closed.