ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କୁ କେବଳ ଜଣେ ପରମ ବୈଷ୍ଣବ ସଠିକ ଭାବରେ ବ୍ୟକ୍ତ କରିପାରିବେ। ଏକଥା କହିବାର ତାତ୍ପର୍ଯ୍ୟ ହେଲା ଶ୍ରୀମଦ ଭାଗବତଙ୍କ ଦ୍ବିବିଧ ରୂପର ଅନୁଭବ ଯଥା 1.ଗ୍ରନ୍ଥ ଭାଗବତ 2.ଭକ୍ତ ଭାଗବତ। ଏହି କଥାକୁ ଆମେ ହୃଦୟର ସହ ବିଚାର କଲେ ଜାଣିବା ଗ୍ରନ୍ଥ ସ୍ୱରୂପରେ ବିରାଜମାନ ଭାଗବତ ଆମେ ସମସ୍ତେ ଦେଖିଛେ, ପଢ଼ିଛେ, ମନନ କରିଛେ, କିନ୍ତୁ ଏହି ଭକ୍ତ ସ୍ୱରୂପ ଭାଗବତକୁ କଣ ଆମେ ସତରେ ଜାଣିଛେ , ନା ଜାଣି ନହେଁ।
ପୁଣି ଆପଣ ମାନଙ୍କ ମନରେ ପ୍ରଶ୍ନ ଆସିବ ଏ ଭକ୍ତ ସ୍ୱରୂପ ଭାଗବତ ଆସିଲା କେଉଁଠୁ? ଏଥିପାଇଁ ଚୈତନ୍ୟ ଚରିତାମୃତାକାର ଶ୍ରୀ କୃଷ୍ଣ ଦାସ ଗୋସ୍ୱାମୀ ଙ୍କ ମତ କୁ ଉଦ୍ଧାର କରିବା “ଏକା ଭାଗବତ ବଡ଼ ଭାଗବତ ଶାସ୍ତ୍ର, ଆଉ ଏକ ଭାଗବତ ଭକ୍ତି ରସ ପାତ୍ର” ଏହି ଉକ୍ତିକୁ ସମର୍ଥନ ଜଣାଉ କବି ବୃନ୍ଦାବନ ଦାସ ଉଲ୍ଲେଖ କଲେ “ଦୁଇ ସ୍ଥାନେ ଭାଗବତ ନାମ ଶୁନି ମାତ୍ର, ଗ୍ରନ୍ଥ ଭାଗବତ ଆର କୃଷ୍ଣ କୃପା ପାତ୍ର”।
ନିଶ୍ଚତ ଭାବରେ କୁହାଯାଇପାରେ ଜଣେ ପରମ ବୈଷ୍ଣବ ନିଜ ମନରେ ଓ ହୃଦୟରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଯେଉଁ ଭାବରେ ଉପଲ୍ଲବ୍ଧି କରିଥାଏ ତାହାହିଁ ଭକ୍ତ ଭାଗବତ।
ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-49-read-the-bhagwat-at-the-place-of-vaishnava-take-refuge-at-the-feet-of-chaitanya/
ଏହା ମଧ୍ୟ ଶ୍ରୀମଦ ଭାଗବତ ଗ୍ରନ୍ଥ ପରି ମହାନ କାରଣ ଏହି ଭକ୍ତ ଭାଗବତର ସାର ମର୍ମ ହେଲା ସମସ୍ତ ପ୍ରାଣୀମାନଙ୍କ ମଧ୍ୟରେ ନିଜର ପରମ ଆରାଧ୍ୟ୍ୟ ଭଗବାନଙ୍କ ଦର୍ଶନ କରିବା ଓ ଠିକ ସେହିପରି ନିଜ ଉପାସ୍ୟ ଭଗବାନଙ୍କ ଭିତରେ ସକଳ ପ୍ରାଣୀଙ୍କୁ ଦର୍ଶନ କରିବା। ତେଣୁ ଶ୍ରୀମଦ ଭାଗବତ କହେ “ସର୍ବ ଭୂତେଷୁ ଯଃ ପଶ୍ୟେଦ ଭଗବଭାଵମାତ୍ମନଃ, ଭୂତାନି ଭଗବତ୍ୟାତ୍ମନ୍ୟେଷୁ ଭାଗବତୋତ୍ତମଃ”।
ଏଭଳି ଉତ୍ତମ ଭଗବଭକ୍ତ ହେବାକୁ ହେଲେ ପ୍ରଥମେ ଜଣେ ପରମ ବୈଷ୍ମବ ହେବାକୁ ପଡିବ। ଅର୍ଥାତ ନିଜକୁ ଭଗବାନ ଶ୍ରୀକୃଷ୍ଣଙ୍କ ସେବାରେ ଓ ଆରାଧନାରେ ସର୍ବଦା ନିୟୋଜିତ କରିବାକୁ ପଡିବ। ଏହାର ଶାସ୍ତ୍ରରେ ପ୍ରମାଣ ସ୍ୱରୂପ ଏହି ଶ୍ଳୋକ “ସର୍ବଦେବାନ ପରିତ୍ୟଜ୍ୟ ନିତ୍ୟଂ ଭଗବଦାଶ୍ରୟ8,ରତସ୍ତଦୀୟ ସେବାୟାଂ ସ ଭାଗବତ ଉଚ୍ୟତେ”। ଅର୍ଥାତ ସମସ୍ତ ଦେବତା ଙ୍କ ବ୍ୟତୀତ ଯେ କେବଳ ଭଗବାନ ଶ୍ରୀକୃଷ୍ଣଙ୍କ ସେବାରେ ନିଜକୁ ନିୟୋଜିତ କରନ୍ତି ସେହିଁ ପ୍ରକୃତ ଭକ୍ତ ଭାଗବତ ବୋଲlନ୍ତି.ଉପରୋକ୍ତ ବିଷୟ ମାନ ପୁଙ୍ଖାନୁପୁଙ୍ଖ ଆଲୋଚନା କଲେ ଏହି ଗୋଟିଏ କଥା ସାର ଭାବରେ ମିଳିବ ଯେ ଭଗବାନ ଶ୍ରୀକୃଷ୍ଣ ଙ୍କ ଆରାଧନା ହିଁ ଶ୍ରେଷ୍ଠ ଆରାଧନା.ଏତେ ବଡ଼ କଥା କାହିଁକି କୁହାଯାଇଛି ସେ ବିଷୟରେ ଜାଣିବାକୁ ହେଲେ ଭଗବାନ ଶ୍ରୀକୃଷ୍ଣ ଙ୍କୁ ଠିକ ଭାବରେ ଚିହ୍ନିବାକୁ ପଡିବ ଆଗାମୀ ଅଧ୍ୟାୟରେ। ତେଣୁ ଆଲୋଚନା କରିବା ପ୍ରଭୁଙ୍କର ଷଢ଼ ଐଶ୍ୱର୍ଯ୍ୟ ଓ ଷଢ଼ ବିକାର କଥା ବର୍ତ୍ତମାନ ନେବା ସେହିପ୍ରଭୁଙ୍କର ଲୀଳାରେ ପୂର୍ଣ୍ଣ ଶ୍ରୀମଦ ଭାଗବତଙ୍କ ଆଶ୍ରୟ।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )
Comments are closed.