ନୂଆଦିଲ୍ଲୀ: ବିଦେଶ ଯିବା ଅଧିକାଂଶ ଲୋକଙ୍କ ସ୍ୱପ୍ନ ଥାଏ । କିନ୍ତୁ ଅନେକ ସମୟରେ, କମ୍ ବଜେଟ୍ ଏବଂ ଭିସା ସମସ୍ୟା ଯୋଗୁଁ ଲୋକମାନେ ଏହି ସ୍ୱପ୍ନ ପୂରଣ କରିପାରନ୍ତି ନାହିଁ । କେତବେଳେ ଭିସା ମଳେନାହିଁ ତ ଆଉ କେବେ ଭିସା ରିଜେକ୍ଟ କରାଯାଇଥାଏ । ଏଭଳି ପରିସ୍ଥିତିରେ, ଲୋକମାନେ ଏପରି ବିଦେଶୀ ସ୍ଥାନ ଖୋଜିଥାନ୍ତି ଯେଉଁଠାରେ ସେମାନେ କମ୍ ବଜେଟ୍ ଏବଂ ଫ୍ରି-ଭିସାରେ ଯାତ୍ରା କରିପାରିବେ । ଏମିତି ତ ଅନେକ ଦେଶ ରହିଛି ଯେଉଁମାନେ ଭାରତୀୟମାନଙ୍କ ପାଇଁ ଫ୍ରି-ଭିସା କରିଛନ୍ତି । କିନ୍ତୁ ଏବେ ଆଉ ଏକ ଦେଶ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଫ୍ରି-ଭିସା କରିଛି ।
ଆମେ କହୁଛୁ ଫିଲିପାଇନ୍ସ କଥା, ଯାହା ଏସିଆର ସବୁଠାରୁ ସୁନ୍ଦର ଦେଶ ମଧ୍ୟରୁ ଗୋଟିଏ । ଫିଲିପାଇନ୍ସ ଯିବା ପାଇଁ ଭାରତୀୟ ନାଗରିକଙ୍କୁ ଭିସାର ଆବଶ୍ୟକତା ନାହିଁ ବୋଲି ଘୋଷଣା କରି ଫିଲିପାଇନ୍ସ ଭାରତୀୟମାନଙ୍କୁ ଏକ ବଡ଼ ଉପହାର ଦେଇଛି । ଏହି ନିଷ୍ପତ୍ତି କେବଳ ଯାତ୍ରାକୁ ସହଜ କରିଥାଏ ତାହା ନୁହେଁ ବରଂ ଅଳ୍ପ ବଜେଟ୍ ଯାତ୍ରୀଙ୍କ ପାଇଁ ଏକ ବଡ ସୁଯୋଗ ।
ତେବେ ଫ୍ରି-ଭିସା ଅନୁଯାୟୀ, ଲୋକମାନେ କେବଳ ପର୍ଯ୍ୟଟନ ଉଦ୍ଦେଶ୍ୟରେ ଫିଲିପାଇନ୍ସ ଯାତ୍ରା କରିପାରିବେ । ଏହା ବ୍ୟତୀତ, ଅନ୍ୟ କୌଣସି ଉଦ୍ଦେଶ୍ୟ ପାଇଁ, ଲୋକମାନେ କେବଳ ଇ-ଭିସା ସିଷ୍ଟମ ମାଧ୍ୟମରେ ସେଠାକୁ ଯାଇପାରିବେ ।
ଭାରତୀୟ ପାସପୋର୍ଟ ଥିବା ବ୍ୟକ୍ତି କେବଳ ପର୍ଯ୍ୟଟନ ଉଦ୍ଦେଶ୍ୟରେ ୧୪ ଦିନ ପାଇଁ ବିନା ଭିସାରେ ଫିଲିପାଇନ୍ସରେ ରହିପାରିବେ । ଏହି ସମୟ ସୀମାକୁ ବୃଦ୍ଧି କରାଯାଇପାରିବ ନାହିଁ କିମ୍ବା ଏହାକୁ ଅନ୍ୟ କୌଣସି ପ୍ରକାରର ଭିସାରେ ପରିବର୍ତ୍ତନ କରାଯାଇପାରିବ ନାହିଁ । ୧୪ ଦିନ ପାଇଁ ସମସ୍ତ ପ୍ରମୁଖ ବିମାନବନ୍ଦର, ବନ୍ଦର ଏବଂ ଏପରିକି କ୍ରୁଜ୍ ଟର୍ମିନାଲ ଦେଇ ପ୍ରବେଶ ଅନୁମତି ଦିଆଯିବ । ସେହିପରି ପାସପୋର୍ଟର ବୈଧତା ୬ ମାସରୁ ଅଧିକ ହେବା ଉଚିତ । ଫେରିବା ଟିକେଟ୍ ଏବଂ ହୋଟେଲ ବୁକିଂର ପ୍ରମାଣ ରହିବା ଉଚିତ୍ ।
ଫିଲିପାଇନ୍ସର ବିଶେଷତା
ଫିଲିପାଇନ୍ସ ଦକ୍ଷିଣ ପୂର୍ବ ଏସିଆର ଏକ ଦ୍ୱୀପ ଦେଶ ଯାହାର ୭ ହଜାରରୁ ଅଧିକ ଦ୍ୱୀପ ଅଛି । ଏହି ଦେଶ ଏହାର ଧଳା ବାଲି ବେଳାଭୂମି, ସ୍ଫଟିକ ସ୍ୱଚ୍ଛ ପାଣି, ରଙ୍ଗୀନ ସାମୁଦ୍ରିକ ଜୀବନ ପାଇଁ ଜଣାଶୁଣା । ଏଠାକାର ଲୋକମାନେ ବହୁତ ଏନରଜେଟିକ ଅଟନ୍ତି । ଯଦି ଆପଣ ଥାଇଲ୍ୟାଣ୍ଡ, ବାଲି କିମ୍ବା ମାଲଦ୍ୱୀପ ଭଳି ସ୍ଥାନର ବିକଳ୍ପ ଖୋଜୁଛନ୍ତି, ତେବେ ଫିଲିପାଇନ୍ସ ବହୁତ ଭଲ ହେବ ।
କମ୍ ବଜେଟରେ ଫିଲିପାଇନ୍ସ କିପରି ଭ୍ରମଣ କରିବେ?
ଯଦି ଆପଣଙ୍କର ବଜେଟ୍ କମ୍ ତେବେ ଆପଣ ଶସ୍ତା ଫ୍ଲାଇଟ୍ ବୁକ୍ କରିବା ଉଚିତ୍ । ଏଥିପାଇଁ ଆପଣ ଥାଇଲ୍ୟାଣ୍ଡ କିମ୍ବା ସିଙ୍ଗାପୁର ଦେଇ ଏକ କନେକ୍ଟିଂ ଫ୍ଲାଇଟ୍ ନେଇପାରିବେ । ଏଥିପାଇଁ ଆପଣ ଫ୍ଲାଇଟ୍ ସ୍କାନର କିମ୍ବା ମେଟା ସର୍ଚ୍ଚ ସାଇଟ୍ ରୁ ଅଫରଗୁଡ଼ିକୁ ଯାଞ୍ଚ କରିପାରିବେ । ଫିଲିପାଇନ୍ସରେ ପ୍ରତି ରାତିର ୫୦୦-୧୦୦୦ ଟଙ୍କାରେ ଅନେକ ହଷ୍ଟେଲ ଏବଂ ଗେଷ୍ଟହାଉସ୍ ଉପଲବ୍ଧ । Airbnb ମଧ୍ୟ ଏକ ଭଲ ବିକଳ୍ପ ହୋଇପାରେ । ମହଙ୍ଗା କାଫେ ଏବଂ ରେଷ୍ଟୁରାଣ୍ଟ ବଦଳରେ ସ୍ଥାନୀୟ ଖାଦ୍ୟ ଉପଭୋଗ କରିପାରିବେ । ଏହା ସହିତ, ବୁଲାବୁଲି ପାଇଁ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରିପାରିବେ ।
ଏହି ସ୍ଥାନଗୁଡ଼ିକ ଏକ୍ସପ୍ଲୋର୍ କରନ୍ତୁ
ଫିଲିପାଇନ୍ସରେ ବୋରୋକେ ବିଚ୍ ଅଛି ଯାହା ବିଶ୍ୱର ସବୁଠାରୁ ସୁନ୍ଦର ବିଚ୍ ମଧ୍ୟରୁ ଗୋଟିଏ । ଏଠାକାର ଏକ୍ସପ୍ରିୟନ୍ସ ବହୁତ ଭଲ ହେବ । ଆପଣ ଏଲ୍ ନିଡୋ ଦ୍ୱୀପକୁ ମଧ୍ୟ ଯାଇପାରିବେ । ସେହିପରି ସେବୁକୁ ଯାଆନ୍ତୁ ଯାହା ଓ୍ବାଟରଫଲ୍, ସ୍ନାର୍କେଲିଂ ଏବଂ ଆଡଭେଞ୍ଚର ପାଇଁ ପ୍ରସିଦ୍ଧ । ଫିଲିପାଇନ୍ସର ରାଜଧାନୀ ମନିଲା ମଧ୍ୟ ଏକ ବହୁତ ସୁନ୍ଦର ସ୍ଥାନ, ଯେଉଁଠାରେ ଆପଣ ଇତିହାସ ଏବଂ ଆଧୁନିକତାର ମିଶ୍ରଣ ଦେଖିବେ ।
Comments are closed.