ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଆମର ଗ୍ରନ୍ଥ ଗୁରୁ। କାରଣ ଆମକୁ ଆତ୍ମ ଜ୍ଞାନ ପ୍ରଦାନ କରିବାରେ ଏହାର ଅବଦାନ ଅନେକ। ଶ୍ରୀମଦ ଭାଗବତ ପ୍ରଦାନ କରୁଥିବା ଜ୍ଞାନ ରୂପକ ଅଗ୍ନିରେ ଇନ୍ଦ୍ରିୟମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ସମସ୍ତ ଦୋଷ ମାନଙ୍କର ଆହୁତି ପ୍ରଦାନ କରିବା ଯଥା “ଉପାଧି ବାସନା ଅଶେଷ।
ଜ୍ଞାନ ଅନଳେ ହୁଏ ଧ୍ବଂସ।।
+ + + +
ଜ୍ଞାନ ପ୍ରକାଶେ ମାୟା ନାଶ।
ସୁଜ୍ଞାନ ଗୋବିନ୍ଦ ପ୍ରକାଶ।।
ମନ୍ୟୁଷର ଜ୍ଞାନର ପ୍ରକାଶ ହେଲେ ସେ ସାଂସାରିକ ମାୟା ବନ୍ଧନର ଉର୍ଧ୍ଵକୁ ଯାଇ ପରମାତ୍ମା। ପ୍ରାପ୍ତିର ମାର୍ଗକୁ ପ୍ରାପ୍ୟ ହୋଇଥାଏ। ସାଧାରଣତଃ ଇନ୍ଦ୍ରିୟ ତାଡନାର ଵଶବର୍ତ୍ତୀ ହୋଇ ବୈଷୟିକ ଚିନ୍ତା, ଲୋଭ, ମୋହ, ଇର୍ଷା, ଓ ଦ୍ୱେଷାଦିରେ ରତ ହୋଇ ନିଜକୁ ଅଧୋଗାମୀ କରାଇଥାଏ କିନ୍ତୁ ଶ୍ରୀମଦ ଭାଗବତ ରୂପୀ ଗୁରୁଙ୍କ ଆଶ୍ରାରେ ରହିଲେ ସକଳ ପାପ ନାଶ ହୋଇ ମନ୍ୟୁଷ ମୁକ୍ତି ବା ନିର୍ବାଣ ପାଏ
ଜ୍ଞାନେ ସକଳ ପାପ ନାଶେ।
ନିର୍ବାଣ ମୁକତି ପ୍ରକାଶେ।।
ଭାଗବତ ପ୍ରଦତ୍ତ ଶୁଦ୍ଧ ଜ୍ଞାନ ପ୍ରଭାଵରେ ମନ୍ୟୁଷ ସତ୍ୟ ଓ ବ୍ରହ୍ମଚର୍ଯ୍ୟ ଦୀକ୍ଷାରେ ଦୀକ୍ଷିତ ହୋଇ ମଦ ଅଶୌଚ ପ୍ରଭୃତି କର୍ମ ଗୁଡିକ ତ୍ୟାଗ କରେ ଓ ସର୍ବଦା ସତ କର୍ମ ପ୍ରତି ନିଜର ଇଚ୍ଛା ଶକ୍ତି ଜାଗ୍ରତ କରେ
ତପସ୍ୟା ଯମ ନିୟମରେ।
ଶମ ଦମ ଶୌଚ ତ୍ୟାଗରେ।।
ସତ୍ୟ ବ୍ରହ୍ମଚର୍ଯ୍ୟ ଦୀକ୍ଷାରେ।
ଜ୍ଞାନୀ ଚିନ୍ତିତ ନିରନ୍ତରେ।।
ଏହି ସବୁ ଜ୍ଞାନ ଆମକୁ ଶ୍ରୀମଦ ଭାଗବତ ହିଁ ପ୍ରଦାନ କରିଥାନ୍ତି, କାରଣ ଭଗବାନ ଶ୍ରୀକୃଷ୍ଣଙ୍କ ଗୁଣ କୀର୍ତନ ଦ୍ୱାରା ନିତ୍ୟ ତାଙ୍କ ଆରାଧନା କରି ଆମେ ଯେଉଁ କୃପା ପ୍ରାପ୍ତି କରିବା ତାହା ଆମର ଆତ୍ମ ଜ୍ଞାନ ବିକାଶରେ ଅତ୍ୟନ୍ତ ସହଯୋଗୀ ହୋଇଥାଏ। ଶ୍ରୀଜଗନ୍ନାଥ ଦାସଙ୍କ ଭାଷାରେ ଓଡ଼ିଆ ଭାଗବତ କହେ
ଶୁଣ କୃଷ୍ଣର ୟାକୁ ଦୟା।
ଧାରଣେ ନଲାଗେ ମାୟା।।
ଆତ୍ମ ଜ୍ଞାନ ନିତ୍ୟେ ବଢଇ।
ଦେହାଦି ଧର୍ମ ସେ ଛାଡଇ।।
+ + + +
ଜ୍ଞାନୁ ଭକତି ହୁଏ ଜାତ।
ଭକ୍ତି ରୁ ଗୋଲକ ପ୍ରାପ୍ତ।।
ମନ୍ୟୁଷ ନିଜକୁ ଶ୍ରୀମଦ ଭାଗବତଙ୍କ ପରି ଗ୍ରନ୍ଥ ଗୁରୁ ଅବା ଆତ୍ମ ଜ୍ଞାନୀ ସଦ ଗୁରୁଙ୍କୁ ଆଶ୍ରା କରିବାକୁ ପଡିବ। କାରଣ ଗୁରୁ ହିଁ ଅଜ୍ଞାନ ରୂପକ ଦୋଷ ଦୂର କରି ବା ଛେଦନ କରି ଆମକୁ ଆତ୍ମ ଜ୍ଞାନୀ ହେବାର ବାଟରେ ପରିଚାଳିତ କରିଥାନ୍ତି ସେହି ମହାନ ଗ୍ରନ୍ଥ ରେ ଶ୍ରୀଜଗନ୍ନାଥ ଦାସ କହିଛନ୍ତି ଯେ ପାରେ ଗୁରୁ ଆଶ୍ରେ କରି।
ଜ୍ଞାନ ଖଡ଼ଗ କରେ ଧରି।।
ନିବୃତ କରି ବୁଦ୍ଧି ମନ।
ଛେଦଇ ସେ ଦୃଢ଼ ବନ୍ଧନ।।
ତୃଷ୍ନା ବର୍ଜିତ ନିର୍ବିକାରେ।
ଆନନ୍ଦେ ଭ୍ରମଇ ସଂସାରେ।।
ବେଦ ତପସ୍ୟା ପ୍ରତ୍ୟକ୍ଷରେ।
ଗୁରୁ ବଚନ ତର୍କ ଦ୍ୱାରେ।।
ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-54-what-is-the-path-of-yoga-how-does-one-become-enlightened-through-the-power-of-the-bhagwat/
ତେଣୁ ଜ୍ଞାନ ମାର୍ଗୀ ଯୋଗୀ ଟିଏ ହେବା ପାଇଁ ଶ୍ରୀମଦ ଭାଗବତଙ୍କ ଆଶ୍ରୟରେ ଯେଉଁ ପ୍ରଚେଷ୍ଟା ଜାରି ରହିଛି ତାହା ସର୍ବଦା ବଳତ୍ତୋର ରହୁ। ଏତିକି କାମନା କରିବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.