Latest Odisha News

BREAKING NEWS

ଅନଲାଇନ୍ ଗେମିଂ ଆପରେ ୫ ଲକ୍ଷ ହାରିବା ପରେ ଆତ୍ମହତ୍ୟା କଲେ ଦମ୍ପତି

କୋଟା: ପୁଣି ଗେମିଂ ଆପ୍ ନେଲା ଜୀବନ । ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନର କୋଟାରୁ । ଏକ ଦମ୍ପତି ଏକ ଅନଲାଇନ୍ ଗେମିଂ ଆପରେ ୫ ଲକ୍ଷ ଟଙ୍କା ହରାଇବା ପରେ ହତାଶ ହୋଇ ଆତ୍ମହତ୍ୟା କରିଛନ୍ତି । ଜୀବନ ହାରିଥିବା ଦମ୍ପତି ହେଲେ କୋଟାର ଖେଡ଼ା ରାମନୁର ଗାଁ ସ୍ଥିତ ଦୀପକ ରାଠୋଡ଼ ଓ ତାଙ୍କ ପତ୍ନୀ କ୍ରୀଷ୍ଣା ରାଠୋଡ଼ । ଉଭୟ ନିଜ ଘରେ ରଶି ଲଗାଇ ଜୀବନ ହାରିଛନ୍ତି ।

ମିଳିଥିବା ସୂଚନା ମୁତାବକ, ରବିବାର ଦୀପକ ମାର୍କେଟରୁ ଏକ ରଶି କିଣିକି ଆଣିଥିଲେ ଉଭୟ ସ୍ବାମୀ ସ୍ତ୍ରୀ ଖାଇସାରିବା ପରେ ଘରେ ଶୋଇବାକୁ ଯିବା ଆଳରେ କବାଟ ବନ୍ଦ କରି ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ସକାଳୁ କବଟ ନ ଖୋଲିବାରୁ କବାଟ ବାଡେଇ ଥିଲେ ପରିବାର ଲୋକେ ଏହି ସମୟରେ ତାଙ୍କର ୫ ବର୍ଷର ଝିଅ କବାଟ ଖୋଲିଥିଲା । ଏହାପରେ ଉଭୟଙ୍କୁ ରଶିରେ ଝୁଲୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ ପରିବାର ଲୋକେ ।

ପରିବାର ଲୋକ କହିଛନ୍ତି ଯେ, ଦୀପକ ନିକଟରେ ଏକ ଅନଲାଇନ୍ ଗେମିଂ ଆପରେ ପାଖାପାଖି ୫ ଲକ୍ଷ ଟଙ୍କା କ୍ଷତି ସହିଥିଲେ । ସେ ଅନେକ ସମୟରେ ମାନସିକ ଅବସାଦରେ ରହୁଥିଲେ । ତେଣୁ ତାଙ୍କ ଆତ୍ମହତ୍ୟାର କାରଣ ଅନଲାଇନ୍ ଗେମ୍ ହିଁ ହୋଇପାରେ ।

Comments are closed.