ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ଭୋଗରାଇ ଅବକାରୀ ଥାନା ଓ ବାଲେଶ୍ବର ମୋବାଇଲ ଅବକାରୀ ଥାନା ପକ୍ଷରୁ ଚଢାଉ । ଏହି ସମୟରେ ଭୋଗରାଇ ଚନ୍ଦନେଶ୍ଵର ମାର୍କେଟରୁ ବିପୁଳ ପରିମାଣର ହେରୋଇନ୍ ଜବତ ହୋଇଛି ।
ତେବେ ଜବତ ହେରୋଇନର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି । ଅନେକ ଅପରାଧିକ ମାମଲାରେ ଦୁଇ ଜଣ ଗିରଫ ହୋଇ ଜେଲ୍ ଯାଇଥିବା ନେଇ ସୂଚନା ରହିଛି ।
ଏହି ଘଟଣାରେ ଆଉ କାହାର ହାତ ଅଛି ଏବଂ ଏହାର ଚେର କେଉଁ ଆଡି ଲମ୍ବିଛି ସେନେଇ ତଦନ୍ତ ଜାରି ରହିଛି ।
Comments are closed.