ନୂଆଦିଲ୍ଲୀ: ପାକିସ୍ତାନରେ ଭାରତର ଆଉ ଏକ ଶତ୍ରୁ ନିପାତ । ଜୈଶ-ଏ-ମହମ୍ମଦର ବରିଷ୍ଠ କମାଣ୍ଡର ମୌଲାନା ଅବଦୁଲ ଅଜିଜ ଇସାରର ମୃତ୍ୟୁ ହୋଇଛି । ସନ୍ଦିଗ୍ଧ ଅବସ୍ଥାରେ ଅଜିଜର ମୃତଦେହ ତା’ର ଜଣେ ସହଯୋଗୀ ଦ୍ଵାରା ଠାବ ହୋଇଛି।ରିପୋର୍ଟ ଅନୁସାରେ, ମୃତଦେହ ପାକିସ୍ତାନର ବାହାୱଲପୁରରେ ସନ୍ଦେହଜନକ ପରିସ୍ଥିତିରେ ମିଳିଛି। ବାହାୱଲପୁର ମଧ୍ୟ ଜୈଶର ମୁଖ୍ୟାଳୟ ଅବସ୍ଥିତ ।
ଅବଦୁଲ ଅଜିଜ୍ ଗତ ମାସରେ ଏକ ଭାରତ ବିରୋଧୀ ରାଲିରେ ସାମିଲ ହୋଇଥିଲେ ଏବଂ ସୋଭିଏତ ସଂଘ ( USSR) ପରି ଭାରତକୁ ଖଣ୍ଡ ଖଣ୍ଡ କରିବା ବିଷୟରେ କହିଥିଲେ।
ଅଜିଜକୁ ଗୁଳି କରି ହତ୍ୟା କରାଯାଇଥିବା କୁହାଯାଉଛି। କିନ୍ତୁ ଜୈଶ ସଂଗଠନ ସାମାଜିକ ଗଣମାଧ୍ୟମରେ ଗୁଳି କରାଯିବା ତଥ୍ୟକୁ ଖଣ୍ଡନ କରିଛି।
ପାକିସ୍ତାନ ଏପର୍ଯ୍ୟନ୍ତ ଏହାକୁ ଆନୁଷ୍ଠାନିକ ଭାବରେ ସୂଚନା ଦେଇ ନାହିଁ । ରିପୋର୍ଟ ଅନୁଯାୟୀ, ଅବଦୁଲ ଅଜିଜ୍ ଭାରତ ବିରୁଦ୍ଧରେ ଲୋକଙ୍କୁ ଉସୁକାଇବା ଏବଂ ଜୈଶ ପାଇଁ ଆତଙ୍କବାଦୀଙ୍କୁ ନିଯୁକ୍ତି ଦେବାରେ ସକ୍ରିୟ ଥିଲା । ସେ ପଞ୍ଜାବ ପ୍ରଦେଶ ବିଶେଷକରି ବାହାବଲପୁର, ରାୱଲପିଣ୍ଡି ଭଳି ଅଞ୍ଚଳରେ ଯୁବକମାନଙ୍କୁ ଭାରତ ବିରୁଦ୍ଧରେ ଉସୁକାଇବାର କାମ କରୁଥିଲା।
କୁଖ୍ୟାତ ଆତଙ୍କବାଦୀ ମୌଲାନା ଅବଦୁଲ ଅଜିଜର ମୃତ୍ୟୁ ପରେ, ଜୈଶକୁ ଏକ ଶକ୍ତ ଧକ୍କା ଲାଗିଛି । କାରଣ ଭାରତ ଅପରେସନ ସିନ୍ଦୂରରେ ଅନେକ ଆତଙ୍କବାଦୀଙ୍କୁ ହତ୍ୟା କରିସାରିଛି।
ଅପରେସନ ସିନ୍ଦୂର ଅପରସେନରେ ପାକିସ୍ତାନରେ ପ୍ରାୟ ଶହେ ଆତଙ୍କବାଦୀ ନିପାତ ହୋଇଛନ୍ତି ଏବଂ ପ୍ରାୟ ନଅ ଆତଙ୍କବାଦୀ ଆଡ୍ଡା ନଷ୍ଟ କରାଯାଇଛି। ଏହା ପରେ ପାକିସ୍ତାନର ଆତଙ୍କବାଦୀମାନଙ୍କ ରହସ୍ୟମୟ ଭାବରେ ମୃତ୍ୟୁ ହେଉଥିବାର ଖବର ଆସୁଛି ।
Comments are closed.