ମୁମ୍ବାଇ: ମହେନ୍ଦ୍ର ସିଂ ଧୋନୀ ଏବଂ ରୋହିତ ଶର୍ମାଙ୍କ ତୁଳନାରେ ମ୍ୟାଗୀ ବ୍ରଦର୍ସ ୯ ଥର ଆଇପିଏଲ ଟ୍ରଫି ହାସଲ କରିଥିବା ଟିମ ସହିତ ରହିଛନ୍ତି । ଏବେ ସବୁଠାରେ ଏହି ମ୍ୟାଗୀ ବ୍ରଦର୍ସଙ୍କ ଚର୍ଚ୍ଚା । ତେବେ ଏହି ମ୍ୟାଗୀ ବ୍ରଦର୍ସ କିଏ ? ଆଇପିଏଲ ୨୦୨୫ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୬ ରନରେ ପଞ୍ଜାବ କିଙ୍ଗସଙ୍କୁ ପରାସ୍ତ କରି ଚାମ୍ପିୟନ ହୋଇଛି । ଏଥିରେ କୃଣାଳ ପାଣ୍ଡ୍ୟା ୧୭ ରନରେ ୨ଟି ୱିକେଟ ଅକ୍ତିଆର କରି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏଥିରେ ଜୋଶ ଇଂଲିଶ ଓ ପ୍ରଭସିମ୍ରନ ସିଂ ସାମିଲ । ଏଥର ଆପଣମାନେ ଜାଣିପାରିଥିବେ ମ୍ୟାଗୀ ବ୍ରଦର୍ସ କିଏ ? ଆଜ୍ଞା ହଁ ଏମାନେ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ କୃଣାଳ ପାଣ୍ଡ୍ୟା ।
ଉଭୟ ଏ ପର୍ଯ୍ୟନ୍ତ ୯ଟି ଆଇପିଏଲ ବିଜେତାଙ୍କ ଟିମ ସହିତ ରହିଛନ୍ତି । ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସ ଟିମ ସହିତ ୪ଥର ଓ ଗୁଜରାଟ ଟାଇଟାନ୍ସ ପକ୍ଷରୁ ଥରେ ଟ୍ରଫି ଧରିବା ସୁଯୋଗ ପାଇଛନ୍ତି । ସେହିପରି କୃଣାଳ ମୁମ୍ବାଇ ପକ୍ଷରୁ ୩ ଥର ଓ ଏବେ ଆରସିବି ପକ୍ଷରୁ ଖେଳି ଦଳକୁ ଚାମ୍ପିୟନ କରାଇଛନ୍ତି । କୃଣାଳ ୨ ଥର ଆଇପିଏଲ ଫାଇନାଲରେ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।
ପାଣ୍ଡ୍ୟା ବ୍ରଦର୍ସଙ୍କ ପରିବାରର ଆର୍ଥୀକ ସ୍ଥିତି ଭଲ ନ ଥିଲା । ଉଭୟ ଭଲ କ୍ରିକେଟ ଖେଳୁଥିବାରୁ ତାଙ୍କ ବାପା ସେମାନଙ୍କୁ କିରଣ ମୋରେ କ୍ରିକେଟ ଏକାଡେମୀରେ ଜୟନ କରାଇଥିଲେ । କଠିନ ଅଭ୍ୟାସ ସେଶନ ବ୍ରେକରେ ଉଭୟ ଭାଇ ମ୍ୟାଗୀ ଖାଇ ଭୋକକୁ ନିୟନ୍ତ୍ରଣ କରୁଥିଲେ । ଏହା ଦେଖି ମୋରେ ସେମାନଙ୍କୁ ମ୍ୟାଗୀ ବ୍ରଦର୍ସ ନାମ ଦେଇଥିଲେ । ହାର୍ଦ୍ଦିକଙ୍କ ତୁଳନାରେ କୃଣାଳଙ୍କ ଆନ୍ତର୍ଜାତୀୟ କ୍ରିକେଟ ସେ ଭଳି ଉତ୍ସାହଜନକ ରହି ନାହିଁ । ୨୦୨୫ ଆଇପିଏଲ ନିଲାମରେ ଆରସିବି ୫.୭୫ କୋଟି ଟଙ୍କାରେ କୃଣାଳଙ୍କୁ ଦଳରେ ନେଇଥିଲା ।
Comments are closed.