ନୂଆଦିଲ୍ଲୀ: ଭାରତ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ପାଇଁ ଇଂଲଣ୍ଡ ତାର ଦଳ ଘୋଷଣା କରିଛି । ବେନ ଷ୍ଟୋକ୍ସଙ୍କ ନେତୃତ୍ୱରେ ଘୋଷିତ ଦଳରେ ଜୋଶ ଟଂଗ ଓ ସ୍ୟାମ କୁକ ନୂଆ ମୁହଁ ହେବେ । କ୍ରିସ ୱକ୍ସ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ଟଂଗ ଓ କୁକ ନିକଟରେ ଜିମ୍ବାୱେ ବିପକ୍ଷ ୪ ଦିବସୀୟ ମ୍ୟାଚରେ ଦଳରେ ସାମିଲ ଥିଲେ । ଟଂଗ ବାମହାତୀ ଓ କୁକ ଡାହଣହାତୀ ପେସ ବୋଲର ଅଟନ୍ତି । ୨୦୨୨ ପରେ ଓଭରଟନ ଦଳକୁ ଫେରିଛନ୍ତି । ଲୀଡ୍ସରେ ଜୁନ ୨୦ରୁ ପ୍ରଥମ ଟେଷ୍ଟ ଆରମ୍ଭ ହେବ । ଏହା ପରେ ବର୍ମିଂହାମରେ ତୃତୀୟ ଟେଷ୍ଟ୨ରୁ ୬ ଜୁଲାଇ, ଲଣ୍ଡନରେ ଚତୁର୍ଥ ଟେଷ୍ଟ ୧୦ରୁ ୧୪ ଜୁଲାଇ ଓ ଲଣ୍ଡନରେ ପଂଚମ ଟେଷ୍ଟ ୩୧ ଜୁଲାଇରୁ ୪ ଅଗଷ୍ଟ ପର୍ଯ୍ୟନ୍ତ ଖେଳାଯିବ ।
ପୂର୍ବରୁ ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ବିରାଟ କୋହଲି ଓ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏକ ଯୁବ ଟିମ ଏହି ଗସ୍ତରେ ଯିବ ।
ଇଂଲଣ୍ଡ ଟିମ: ବେନ ଷ୍ଟୋକ୍ସ(ଅଧିନାୟକ), ଶୋଏବ ବଶୀର, ଜ୍ୟାକବ ବେଥେଲ, ହ୍ୟାରୀ ବ୍ରୁକ, ବାଇଡେନ କର୍ସ, ସ୍ୟାମ କୁକ, ଜ୍ୟାକ କ୍ରାଉଲୀ, ବେନ ଡୋକେଟ, ଜେମୀ ଓଭରଟନ, ଓଲୀ ପୋପ, ଜୋ ରୁଟ, ଜେମୀ ସ୍ମିଥ, ଜୋଶ ଟଂଗ, କ୍ରିସ ୱକ୍ସ ।
Comments are closed.