Latest Odisha News

BREAKING NEWS

ବିବାହ ପଞ୍ଜିକରଣ ପାଇଁ ଏବେ ଜରୁରୀ ପଣ୍ଡିତ, ମ୍ୟାରେଜ୍ ଭିଡିଓ 

ନୂଆଦିଲ୍ଲୀ: ବର୍ତ୍ତମାନ୍ ଉତ୍ତର ପ୍ରଦେଶରେ ବିବାହ ପଞ୍ଜିକରଣ କୁ ନେଇ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଯାହା ଫଳରେ ଆଉ କେହି ନକଲି ବିବାହ ପଞ୍ଜିକରଣ କରିପାରିବେ ନାହିଁ।

ତେବେ ଏହି ନୂତନ ନିୟମ ଅନୁଯାୟୀ ବିବାହ ରୀତିନୀତିରେ କୌଣସି ଅସମ୍ପୂର୍ଣ୍ଣ ପ୍ରମାଣ ଦ୍ଵାରା ବିବାହ ପଞ୍ଜୀକରଣ କରିବା ଅସମ୍ଭବ ହୋଇ ପଡ଼ିବ। ଏହି ନିୟମ ଅନୁଯାୟୀ ବିବାହ କାର୍ଯ୍ୟରେ ଉପସ୍ଥିତ ଥିବା ପଣ୍ଡିତ, ଫାଦର କିମ୍ବା ମୌଲବୀ ଆଦିଙ୍କ ସାକ୍ଷ୍ୟ ମଧ୍ୟ ବାଧ୍ୟତାମୂଳକ ହେବ। ଏଥିସହିତ ବିବାହ ପଞ୍ଜୀକରଣ  ବର ଏବଂ କନ୍ୟା କିମ୍ବା ସେମାନଙ୍କ ପିତାମାତା ରହୁଥିବା ସ୍ଥାନର ତହସିଲର ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ କରାଯିବ ଓ ଏହି ସମୟରେ ପରିବାରର ଜଣେ ସଦସ୍ୟଙ୍କୁ ମଧ୍ୟ ସେଠାରେ ଉପସ୍ଥିତ ରହିବାକୁ ପଡିବ।

ସେହିପରି ଯଦି କୌଣସି କାରଣରୁ ଦମ୍ପତିଙ୍କ ପରିବାରର କୌଣସି ସଦସ୍ୟ ପଞ୍ଜୀକରଣ ସମୟରେ ଉପସ୍ଥିତ ରହି ନଥିବେ ତାହେଲେ ବିବାହ ପରିଚାଳନା କରିଥିବା ପଣ୍ଡିତ କିମ୍ବା ମୌଲବୀଙ୍କ ସାକ୍ଷୀ ବଧ୍ୟତାମୂଳକ ବୋଲି କୁହାଯାଇଛି। ଆହୁରି ମଧ୍ୟ ବିବାହ ସମୟର ଭିଡିଓ ବନାଇ ଏହାର ଏକ ପେନ୍ ଡ୍ରାଇଭ୍ ମଧ୍ୟ କାର୍ଯ୍ୟାଳୟରେ ଦାଖଲ କରିବାକୁ ପଡ଼ିବ। ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ଅନୁଯାୟୀ ଏହି ନୂତନ ଗାଇଡ ଲାଇନ ଜାରି କରାଯାଇଛି।

ତେବେ ଉତ୍ତରପ୍ରଦେଶରେ ବିବାହ ପ୍ରକ୍ରିୟା ହିନ୍ଦୁ ବିବାହ ଆଇନ ୧୯୫୫ କିମ୍ବା ସ୍ୱତନ୍ତ୍ର ବିବାହ ଆଇନ ୧୯୫୪ ଅଧୀନରେ ହୋଇଥାଏ ଓ ଏହା ଉଭୟ ଅନଲାଇନ ଏବଂ ଅଫଲାଇନରେ ହୋଇଥାଏ।

 

Comments are closed.