ଲଣ୍ଡନ: ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଜୁନ ୧୧ରୁ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ୧୪ଟି ୱିକେଟର ପତନ ଘଟିଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ବିପକ୍ଷ ଦଳର କାଗିସୋ ରାବାଡା ଓ ମାର୍କୋ ଜାନସେନଙ୍କ ଘାତକ ବୋଲିଂ ଆଗରେ ବଡ ସ୍କୋର କରିପାରି ନ ଥିଲା । ୨୧୨ ରନ କରି ଚାମ୍ପିୟନ ଅଷ୍ଟ୍ରେଲିଆ ଅଲଆଉଟ ହୋଇ ଯାଇଥିଲା । ଷ୍ଟିଭ ସ୍ମିଥ ୬୬ ରନର ଇନିଂସ ଖେଳିଥିଲେ । ରାବାଡା ୫ଟି ଓ ଜାନସେନ ୩ଟି ୱିକେଟ ନେଇଥିଲେ ।
ପ୍ରଥମ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଦକ୍ଷିଣ ଆଫ୍ରିକା ୪ ୱିକେଟ ହରାଇ ୪୩ ରନ କରିଛି । ଦଳ ଏବେ ବି ଅଷ୍ଟ୍ରେଲିଆ ସ୍କୋରଠାରୁ ୧୬୯ ରନ ପଛରେ ରହିଛନ୍ତି । ଅଧିନାୟକ ଟେମ୍ବା ବାଭୁମା ୩ ଓ ଡେଭିଡ ବେଡିଂହାମ ୮ ରନ କରି ଅପରାଜିତ ଅଛନ୍ତି । ମିଚେଲ ଷ୍ଟାର୍କ ୨ଟି ଏବଂ ଜୋଶ ହାଜେଲଉଡ ଓ ପ୍ୟାଟ କୁମିcନ୍ସ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।
Comments are closed.