ନୂଆଦିଲ୍ଲୀ: ଯଦି ଆପଣ କେନ୍ଦ୍ର ସରକାରୀ ଚାକିରିର ସ୍ୱପ୍ନ ଦେଖୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର। କର୍ମଚାରୀ ଚୟନ ଆୟୋଗ (SSC) ସଂଯୁକ୍ତ ସ୍ନାତକ ସ୍ତରୀୟ ପରୀକ୍ଷା (SSC CGL 2025) ପାଇଁ ବିଜ୍ଞପ୍ତି ଜାରି କରିଛି। ଏଥର ଆୟୋଗ ୧୪,୫୮୨ ପଦ ପାଇଁ ନିଯୁକ୍ତି ଘୋଷଣା କରିଛି। ଆଗ୍ରହୀ ପ୍ରାର୍ଥୀମାନେ SSCର ଅଧିକାରିକ ୱେବସାଇଟ୍ ssc.gov.in ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ।
ଆବେଦନ ପ୍ରକ୍ରିୟା ଓ ଗୁରୁତ୍ୱପୂର୍ଣ୍ଣ ତାରିଖ
ଆବେଦନ ପ୍ରକ୍ରିୟା ୨୦୨୫ ଜୁନ ୯ ତାରିଖରୁ ଆରମ୍ଭ ହୋଇଛି ଏବଂ ଆବେଦନ କରିବାର ଶେଷ ତାରିଖ ହେଉଛି ୨୦୨୫ ଜୁଲାଇ ୪। ଆବେଦନକାରୀଙ୍କୁ ୨୦୨୫ ଜୁଲାଇ ୫ ତାରିଖ ସୁଦ୍ଧା ଆବେଦନ ଶୁଳ୍କ ଜମା କରିବାକୁ ପଡ଼ିବ। ଯଦି ଆବେଦନରେ କୌଣସି ତ୍ରୁଟି ସଂଶୋଧନ କରିବାର ଆବଶ୍ୟକତା ଥାଏ, ତେବେ ୨୦୨୫ ଜୁଲାଇ ୯ରୁ ୧୧ ତାରିଖ ମଧ୍ୟରେ ସୁଧାର କରିବାର ସୁଯୋଗ ମିଳିବ।
କେଉଁ କେଉଁ ପଦ ପୂରଣ ହେବ?
ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟରେ ଗ୍ରୁପ୍ ‘B’ ଓ ଗ୍ରୁପ୍ ‘C’ ପଦବୀ ପୂରଣ କରାଯିବ। ଗ୍ରୁପ୍ ‘B’ରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର, ଇନକମ ଟାକ୍ସ ଇନ୍ସପେକ୍ଟର, ସେଣ୍ଟ୍ରାଲ ଏକ୍ସାଇଜ ଇନ୍ସପେକ୍ଟର, ନାର୍କୋଟିକ୍ସ ଇନ୍ସପେକ୍ଟର, ସବ୍-ଇନ୍ସପେକ୍ଟର, ରିସର୍ଚ ଅସିଷ୍ଟାଣ୍ଟ, ଡାକ ନିରୀକ୍ଷକ ଭଳି ପଦ ରହିଛି। ସେହିପରି ଗ୍ରୁପ୍ ‘C’ରେ ଅଡିଟର, ଟାକ୍ସ ଆସିଷ୍ଟାଣ୍ଟ, ପୋଷ୍ଟାଲ ଅସିଷ୍ଟାଣ୍ଟ, ଆକାଉଣ୍ଟାଣ୍ଟ, ଅପର ଡିଭିଜନାଲ କ୍ଲାର୍କ ଭଳି ପଦବୀ ପୂରଣ ହେବ।
ବୟସ ସୀମା
ପଦ ଅନୁଯାୟୀ ବୟସ ସୀମା ୧୮ରୁ ୨୭, ୧୮ରୁ ୩୦ କିମ୍ବା ୨୦ରୁ ୩୦ ବର୍ଷ ମଧ୍ୟରେ ରହିଛି। ବୟସ ଗଣନା ୨୦୨୫ ଅଗଷ୍ଟ ୧ ଆଧାରରେ ହେବ। ସଂରକ୍ଷିତ ଶ୍ରେଣୀର ପ୍ରାର୍ଥୀଙ୍କୁ ନିୟମାନୁସାରେ ବୟସରେ ଛାଡ଼ ମିଳିବ।
Comments are closed.