Latest Odisha News

BREAKING NEWS

ଡାଇରିଆ ଆତଙ୍କ ପରେ ଯାଜପୁରରେ ଛୁଟି ବାତିଲ୍‌

ଭୁବନେଶ୍ୱର: ଯାଜପୁରରେ ଗତ କିଛିଦିନ ଧରି ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଡାଇରିଆ ଆତଙ୍କ ପରେ ଯାଜପୁର ଜିଲ୍ଲାରେ ଛୁଟି ବାତିଲ କରାଯାଇଛି। କାଲିଠୁ ୧୬ ତାରିଖ ଯାଏଁ ଛୁଟି ବାତିଲ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ।

ସୂଚନା ଅନୁଯାୟୀ, ଏହାରି ମଧ୍ୟରେ ସମସ୍ତ ଅଫିସ୍ ଖୋଲା ରହିବ। ପୂର୍ବରୁ ଦିଆଯାଇଥିବା ଛୁଟି ମଧ୍ୟ ବାତିଲ୍ କରାଯାଇଛି। ଏହା ବ୍ୟତୀତ ଛୁଟି ଅନୁମତି ମଧ୍ୟ ଦିଆଯିବନି ବୋଲି କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଯାଜପୁରର ଧର୍ମଶାଳା, କୋରେଇ, ଯାଜପୁର ବ୍ଲକ ଓ ବ୍ୟାସନଗରରେ ଝାଡ଼ା ବାନ୍ତିରେ ବହୁ ଲୋକେ ଆକ୍ରାନ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ୧୦ଜଣଙ୍କ ଜୀବନ ଗଲାଣି। ଜିଲ୍ଲାରେ ୨୮୫ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

 

Comments are closed.