Latest Odisha News

BREAKING NEWS

ଟ୍ରକ୍-ବାଇକ ଧକ୍କା; ଗୋଟିଏ ପରିବାରର ୨ ମୃତ

ନୂଆପଡା: ନୂଆପଡା ଜିଲ୍ଲାର ଲଖାନାରେ ଏକ ଦ୍ରୁତଗାମୀ ଟ୍ରକ୍ ବାଇକକୁ ଧକ୍କା ଦେବାରୁ ଗୋଟିଏ ପରିବାରର ଦୁଇ ଜଣଙ୍କର ମୃତ୍ୟୁ ହୋଇଛି।

ଶୁକ୍ରବାର ବିଳମ୍ବିତ ରାତିରେ ଜିଲ୍ଲାର ଲଖାନା ଥାନା ଅଧୀନସ୍ଥ ଦଲଡାଲି ଗ୍ରାମରେ ଏହି ଦୁର୍ଘଟଣା ଘଟିଛି। ମୃତକ ମାନେ ଦିଆନମୁଣ୍ଡା ଗ୍ରାମର ପୁରନ୍ଦର ଧାରୁଆ ଏବଂ ଖେମାସାଗର ଧରୁଆ ବୋଲି ଚିହ୍ନଟ କରାଯାଇଛି।

ସୂଚନା ଅନୁଯାୟୀ, ଏହି ଦୁଇଜଣ ତରବୋଡରୁ ଦଲଡାଲି ଅଭିମୁଖେ ଯାଉଥିବା ସମୟରେ ଏନଏଚ ୩୫୩ରେ ଏକ କପା ମିଲ୍ ନିକଟରେ ସେମାନଙ୍କୁ ପଛପଟୁ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଦୁଇଜଣ ବାଇକରୁ ଛିଟିକି ପଡ଼ିଥିଲେ। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଗାଡ଼ି ସହିତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ତେବେ ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ନେଇଥିଲା ବେଳେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ ନୂଆପଡା ଏସ୍ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର କହିଛନ୍ତି ଯେ ମୃତକଙ୍କ ପରିବାର ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଆଧାରରେ ଲଖାନା ପୋଲିସ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତ ଟ୍ରକ୍ ଡ୍ରାଇଭରଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଛି।

 

Comments are closed.